Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ସମ୍ବଲପୁର(ଡଙ୍ଗରପଡା):ଯୁଯୁମୁରା ବ୍ଲକ ଡଙ୍ଗର ପଡା ଗ୍ରାମ ପଞ୍ଚାୟତର ପଟୁ ଆବହାଲ ସରସ୍ଵତୀ ବିଦ୍ୟା ମନ୍ଦିର ପରିବାର ତରଫରୁ ବଡସାହିର ଶ୍ରୀ ରାମଜୀ ମନ୍ଦିରରେ ଆନନ୍ଦ ଉଲ୍ଲାସରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ବ୍ରଜ ମୋହନ ପ୍ରଧାନ, ସଂପାଦକ ଅନ୍ତଯ୍ୟାମୀ ମିର୍ଦ୍ଧା ଓ ବଡ଼ସାହିର ଗ୍ରାମବାସୀ ବୃନ୍ଦ ଉକ୍ତ କାଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ କୃଷ୍ଣ ଭୂମିକାରେ ୪୫ ଓ ରାଧା ଭୂମିକାରେ ୬୫ଜଣ ଅଭିନୟ କରିଥିଲେ॥ ରାଧା ଶ୍ରୀକୃଷ୍ଣ ଙ୍କ ରେ ଅଭିନୟକରିଥିବା ବାଳକ ବାଳିକାଙ୍କୁ ଧୂପ ଦୀପ ତିଳକ ସିନ୍ଦୂର ପୁଷ୍ପ ମାଳା ଦେଇ ସ୍ବାଗତ କରାଯାଇଥିଲା। କୃଷ୍ଣ ଗୁରୁ ଦଳ ସାଙ୍ଗରେ ଗ୍ରାମ ପରିକ୍ରମା କରିଥିଲେ। ବଡସାହିର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦିବାକର ପ୍ରଧାନ ଦୀପ ପ୍ରଜ୍ୱଳନ କରିଥିଲେ ।ଗୁରୁ ମା ଗୁରୁଜୀ ବୃନ୍ଦ ଓ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନେ ପୂଜାର୍ଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ