Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଜନ୍ମାଷ୍ଟମୀ ଉତ୍ସଵ ପାଳନ ହୋଇଯାଇଛି

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦେବଗଡ଼ଠାରେ ମହାସମାରୋହରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସଵ ପାଳନ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଶ୍ରୀଯୁକ୍ତ ସୁଶୀଲ କର, ଶ୍ରୀମତୀ ସସ୍ମିତା କର, ଶ୍ରୀମତୀ ଅନାମିକା ମିଶ୍ର ଓ ଶ୍ରୀଯୁକ୍ତ ସନ୍ତୋଷ କର ଉପସ୍ଥିତ ଥିଲେ।ଏହି ଉତ୍ସବରେ କୃଷ୍ଣ, ରାଧା, ବଳରାମ, କଂସ, ଯଶୋଦା ଓ ବିଭିନ୍ନ ପୌରାଣିକ ବେଶରେ ସଜ୍ଜିତ ଭାଇ ଭଉଣୀ, ପୌରାଣିକ ନୃତ୍ୟ, ଦହି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ମଥୁରା ହାଟ ମଧ୍ୟ ବସିଥିଲା । ସୁମିତ୍ରା ଗୁରୁମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମିଲିରାଣୀ ଧର ଗୁରୁମା ପରିଚାଳନା କରିଥିଲେ ଓ ବାଞ୍ଛାନିଧି ସାହୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ମାତୃ ଭାରତୀ ସଦସ୍ଯା ଓ ଅଭିଭାବିକା ଅଭିଭାବିକା ଶୁଭେଚ୍ଛୁ ଉପସ୍ଥିତ ରହି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ ।ଦେବଗଡ଼ଠାରେ ମହାସମାରୋହରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସଵ ପାଳନ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଶ୍ରୀଯୁକ୍ତ ସୁଶୀଲ କର, ଶ୍ରୀମତୀ ସସ୍ମିତା କର, ଶ୍ରୀମତୀ ଅନାମିକା ମିଶ୍ର ଓ ଶ୍ରୀଯୁକ୍ତ ସନ୍ତୋଷ କର ଉପସ୍ଥିତ ଥିଲେ।ଏହି ଉତ୍ସବରେ କୃଷ୍ଣ, ରାଧା, ବଳରାମ, କଂସ, ଯଶୋଦା ଓ ବିଭିନ୍ନ ପୌରାଣିକ ବେଶରେ ସଜ୍ଜିତ ଭାଇ ଭଉଣୀ, ପୌରାଣିକ ନୃତ୍ୟ, ଦହି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ମଥୁରା ହାଟ ମଧ୍ୟ ବସିଥିଲା । ସୁମିତ୍ରା ଗୁରୁମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମିଲିରାଣୀ ଧର ଗୁରୁମା ପରିଚାଳନା କରିଥିଲେ ଓ ବାଞ୍ଛାନିଧି ସାହୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ମାତୃ ଭାରତୀ ସଦସ୍ଯା ଓ ଅଭିଭାବିକା ଅଭିଭାବିକା ଶୁଭେଚ୍ଛୁ ଉପସ୍ଥିତ ରହି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ