Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଦେବଗଡ଼ ଜିଲ୍ଲାର ପୌରାଞ୍ଚଳ ଶାସନ ସାହି ସ୍ଥିତ ଗୋପୀନାଥ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ମନ୍ଦିର ପରିଚାଳନା କମିଟିର ସଭାପତି ଡିଲେଶ୍ୱର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଛି | କମିଟିର ସମ୍ପାଦକ କରୁଣାକର ଦାଶ, କୋଷାଧକ୍ଷ ସୁଶାନ୍ତ ନନ୍ଦ, ସହ ସମ୍ପାଦକ ସଞ୍ଜୟ ବ୍ରହ୍ମା, ସୁରେନ ଶର୍ମା, ଭାଗିରଥି ଦ୍ବିବେଦୀ, ରମେଶ ଗୁପ୍ତା, ପ୍ରଦୀପ ମିଶ୍ର, ଶିଶିର ଦାଶ, ମଦନ ମୋହନ ଦାଶ, ମୋହନ ଗିରି, ସୁରଭି ନନ୍ଦ, ସୁନିତା ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ | ମନ୍ଦିରର ପୂଜକ ଦିଗାମ୍ବର ଦ୍ବିବେଦୀ ଓ ଉଦିତ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ | ଆସନ୍ତାକାଲି ନନ୍ଦୋତ୍ସବ ପାଳନ କରାଯିବ ଓ ଭକ୍ତମାନଙ୍କପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ |