ଦେବଗଡ ଜିଲ୍ଲା ରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଜୀବନ ବଂଚାଇଥିବା ୧୪ ଜଣଙ୍କୁ ଆଜି ଗୁଡ ସମାରିଟନ୍ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ୨ ହଜାର ଟଙ୍କାର ଆର୍ଥୀକ ରାଶି ସମେତ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି । ସଡକ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଠିକ ସମୟରେ ଡାକ୍ତରଖାନା ପଠାଇବା ସହ ସେମାନେ ପୁଲିସକୁ ସୂଚନା ଦେବା ସହ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିବାରୁ ସେମାନଙ୍କ ଜୀବନ ବଂଚିପାରିଛି । ଜିଲ୍ଲାର ଦେବଗଡ ଥାନାଚଂଳର ୩ଜଣ, ରିଆମାଳ ଥାନାଚଂଳର ୨ଜଣ, କୁଣ୍ଢେଇଗୋଳା ଥାନାଚଂଳର ୩ଜଣ, ବାରକୋଟ ଥାନାଚଂଳର ୪ଜଣ, ଲଇମୁରା ଥାନାଚଂଳର ୨ଜଣଙ୍କୁ ସମ୍ମାନିତ କରାଯାଇଛି । ଏଥିସହ ପୁଲିସକୁ ଭୟ ନକରି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ସହ ମାନବିକତାର ପରିଚୟ ଦେବାକୁ ଜିଲ୍ଲା ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେବଗଡ ଏସପି ପ୍ରଦ୍ୟୁମ୍ନ ମିଶ୍ର ଏବଂ ଆଂଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସମ୍ମାନୀତ କରିଥିଲେ । ଏଥିରେ ଜିଲ୍ଲା ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଗୁଡ ସମାରିଟନ୍ ଭାବେ ୧୪ ଜଣ ସମ୍ମାନିତ
