Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମନାଗୁଡା ବ୍ଲକ ରେ ଆଦିବାସୀ ଐତିହ ସାଧନା କେନ୍ଦ୍ର ଭିତ୍ତି ପ୍ରସ୍ତର ସ୍ଥାପନ

ରାମନାଗୁଡା ବ୍ଲକ ସ୍ଥିତ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦିବାସି ଐତିହ ସାଧନ କେନ୍ଦ୍ର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ରାମନାଗୁଡା ବ୍ଲକ ସ୍ଥିତ ଲ୍ୟାମ୍ପସ ନିକଟରେ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀଙ୍କ ଦ୍ଵାରା ଆଦିବାସୀ ଐତିହ ସାଧନ କେନ୍ଦ୍ରର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇ ଯାଇଛି। ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର କୁମାର ଦାସ , ଜିଲ୍ଲା ପରିଷଦ ଅଧକ୍ଷା ସରସ୍ୱତୀ ମାଝୀ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ , ରାମନାଗୁଡା ବ୍ଳକର ଗଗନ ବିହାରୀ ଆଚାର୍ଯ୍ୟ, ଗୁଣୁପୁରର ଜୁବ ନେତା ପିଙ୍କୁ ପଣ୍ଡା,ଗୁଣୁପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ,ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ରାମାରାଓ ପାଲାକା, ବ୍ଲକ ଉପାଧ୍ୟକ୍ଷା ଜାନକୀ ନିମାଲା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,
ଆଦିବାସୀ ଐତିହ ସାଧନ କେନ୍ଦ୍ର ଅଞ୍ଚଳର ସମସ୍ତ ଆଦିବାସୀ ମାନଙ୍କମାନଙ୍କ ଭାଷା ଏବଂ ପରମ୍ପରା କୁ ଉଜ୍ଜୀବିତ କରିବା ହେଉଛି ମୂଳ ଉଦେଶ୍ୟ। ମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶ କ୍ରମେ ଏହି ପ୍ରୟାସ ଆରମ୍ଭ ହୋଇଛି ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି,ବନମାଳୀ ମହାରଣା, ମଣ୍ଟୁ ମହାରଣା,ଦାମ କୈବର୍ତ୍ତ ,ହେମା କଂସ ବେହେରା, ପୁର୍ଣ୍ଣ ଚନ୍ଦ୍ର ଚୌଧୁରୀ, ଦସ ରଥ ଲିମା, ସଞିବ ଗାଣ୍ଟା, ମାଝି ଲିମା, ଦାମ କୈବର୍ତ୍ତ,କାନ୍ତାରାଓ ,ଜଗଦିଶ ମହାଗୁଡ,ରାମନାଗୁଡା ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ପାରିଖିତି ପଞ୍ଚାୟତ ସରପଞ୍ଚ ସୁର୍ଯ୍ୟାରାଓ କୁମ୍ବ୍ରିକା, ଜିଲ୍ଲା ବିଜେଡି ସଂପାଦକ ଜଗଦୀଶ ଚନ୍ଦ୍ର ନାୟକ ବେହେରା, ରାମନାଗୁଡା ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ, ସ୍ବେଛାସେବୀ ଆନନ୍ଦ ପରିଛା, ବରିଷ୍ଠ ନେତା ରଞନ ନାୟକ ବେହେରା, ଜିଲ୍ଲା ଯୁବ ସାଧାରଣ ସଂପାଦକ କମଳ ଲୋଚନ ମୁଟିକା,ଶିବ ନାରାୟଣ ସାହୁ, ଶ୍ରୀକାନ୍ତ ରନ୍ତାଲୁ, ରାମ ଆରକା,କାନ୍ତାରାଓ ନିମାଲା, ଉମାପତି କଣ୍ଡାଗରୀ, ଜିଲ୍ଲା ବିଜେଡି ଉପସଭାପତି ନବୀନ ପିପଳିଙ୍କ ସମେତ ରାମନାଗୁଡା ବ୍ଲକର ବିଜେଡି କର୍ମି ମାନେ ବିପୁଳ ପରିମାଣରେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ