Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓହରିଲେ ପିଇଓ,ସକାଳ ପାହିଲେ ଯୋଗଦେବେ କାର୍ଯ୍ୟାଳୟରେ

ସମ୍ବଲପୁର:ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ତାଙ୍କ ଆନ୍ଦୋଳନକୁ ଆଜି ଠାରୁ ସ୍ଥଗିତ ରଖିବା ସହିତ ଆସନ୍ତା କାଲି ଠାରୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ବିଭିନ୍ନ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ମାସେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସଭାପତି ସୁରେଶ କର ଯାଜପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେହିକ୍ରମରେ ସମ୍ବଲପୁର ଜିଲ୍ଲା ସଂଘ ସଭାପତି କୁଞ୍ଜ ବିହାରୀ ସାହୁ ମଧ୍ୟ ସମାନ ଢଙ୍ଗରେ ଅନଶନରୁ ଓହରି କାର୍ଯ୍ୟରେ ସମସ୍ତ ପିଇଓ ମାନଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।ଫଳରେ ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଅନଶନ ପ୍ରତ୍ୟାହାର କରି ଆସନ୍ତା କାଲି ଠାରୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବା ନିଶ୍ଚିତ ହୋଇଛି। ତେବେ ଏହାର ଫଳ ଆଗକୁ କ’ଣ ମିଳିବ ତାହା ସମୟ ସାପେକ୍ଷ ହୋଇଥିବା ବେଳେ ଆନ୍ଦୋଳନକାରୀ ମୁଣ୍ଡ ଆଉଁସି ପୁଣି ନିଜ ନିଜ କାମରେ ଯୋଗ ଦେବା ନେଇ ଯେଭଲି ଅତ୍ମଘୋଷଣା କଲେ ତାହାହିଁ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ