ପୋଖରୀରେ ବୁଡି ଯୁବକ ମୃତ


ଦେବଗଡ଼ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରକୋଟ ଥାନାଚଂଳର ମଣ୍ଡାଶିଳା(ଖ)ଗ୍ରାମର ରମେଶ ଧଳଙ୍କ ପୁଅ ଅନୁ(୨୬) । ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧ ବାର ଦିନ ଅନୁ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧେଇ ଯାଇଥିଲେ । ତେବେ ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପୋଖରୀରେ ଯାଇ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀମାନେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତେବେ ଏନେଇ ଗୁରୁବାର ଦିନ ବାରକୋଟ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନାପାଇ ବାରକୋଟ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପଂହଚି ପୋଖରୀରେ ଖୋଜାଖୋଜି କରିଥିଲେ । ତେବେ ପୋଖରୀ ବହୁ ସମୟ ଖୋଜାଖୋଜି କରିବା ପରେ ଅନୁଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏନେଇ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।