Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା: ଜମି ଦୁର୍ନୀତି ପାଇଁ ଭୂମିହୀନ ସଂଗ୍ରାମ ସମିତିର ଲଢେଇ ଆରମ୍ଭ

ସମ୍ବଲପୁର: ରାଜ୍ୟ ସରକାରଙ୍କ ଲଲିପପରେ ଆଜି ଜନ୍ମ ନେଇଛି ଭୂମିହୀନ ସଂଗ୍ରାମ ସମିତି। ଏହି ସମିତି ସରକାରଙ୍କ ଲଲିପପକୁ ବିରୋଧ କରି ଆଜିଠୁ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ତହସିଲ କାର୍ଯ୍ୟାଲୟକୁ ନିଜ କରାୟତ୍ତରେ ରଖିବାକୁ ନିଷ୍ପତ୍ତି ନେବା ଭଳି ଦୃଶ୍ୟ ଦେଖା ଦେଇଛି ଯୁଯୋମୁରା ବ୍କକରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ପଞ୍ଚାୟତ ବାସୀଙ୍କୁ ଯାଗା ଖଣ୍ଡିଏ ମିଳୁ ନଥିବା ବେଳେ ରାଜ୍ୟ ସରକାରଙ୍କ କରିତକର୍ମା ଅଧିକାରୀ ମାନଙ୍କ ପାଇଁ ପେଷି ହେଉଛନ୍ତି ସାଧାରଣ ନାଗରିକ।ଓଡିଆ ଲୋକ ଓ ସ୍ଥାୟୀ ବାସିନ୍ଦା ଘର ଖଣ୍ଡିଏ ପାଇଁ ନେହୁରା ହେଉଥିବା ବେଳେ ନବୀନ ସରକାର ସମୟରେ କିନ୍ତୁ ସରକାରୀ ଅଧିକାରୀ ସାଧାରଣ ଜନତା ଅପେକ୍ଷା ନେତା ଓ ବ୍ୟବସାୟୀ ହାତରେ ଟେକି ଦେଇଛନ୍ତି ଅନେକ ମୂଲ୍ୟବାନ ଜମି ଓ ଜଙ୍ଗଳ । ଯାହାକି ଯୁଯୋମୁରା ବ୍ଲକ୍ ରେ ଜଳଜଳ ଦେଖାଦେଇ ବିବାଦ ଉପରେ ବିବାଦର ପାହାଡ ପରି ସାମ୍ନାକୁ ଆସୁଛି। ଯେପରି ଯୋରଯାର ମୂଲକତାର ଭଳି ତହସିଲଦାର ମାନେ ସେମାନଙ୍କ ସମୟରେ ନିଜ ନିଜ କରାମତି ଦେଖାଇଛନ୍ତି।ଯାହାକି ଆଜି ତଦନ୍ତର କେବଳ ବିଷୟ ହୋଇନି ବରଂ ସ୍ୱଚ୍ଛ ସରକାରର ଏକ ଆହ୍ୱାନ ଭଳି ସଂଗ୍ରାମର ନୂଆଁ ପରମ୍ପରା ତିଆରି ହୋଇଛି। ଯାହାର ପ୍ରତିଫଳନ ଦେଖାଦେଇଛି ଆଜି ଯୁଯୋମୁରା ବ୍ଲକରେ। ନିଜର ନ୍ୟାୟ ପାଇଁ ବାରମ୍ବାର ଲଢେଇ କରି ସରକାର ପାଖରେ ହାରିଯାଇଥିବା ସାଧାରଣ ଜନତା ଆଜି ରାସ୍ତା ଉପରକୁ କେବଳ ଓଲ୍ଲେଇ ନାହାନ୍ତି ବରଂ ନିଜର ନ୍ୟାୟ ପାଇଁ ସରକାର ବିରୋଧରେ ଲଢେଇ ଜାରି ରଖିବାକୁ ବିରୋଧି ଦଳର ସରଣାପନ୍ନ ହୋଇ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଯୁଯୋମୁରା ତହସିଲ ଅଫିସରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିବା ଶୁଣାଯାଉଛି । ତେବେ ଏଥିପାଇଁ କୌଣସି ଲିଖିତ ଅଭିଯୋଗ ଅବା ସ୍ମାରକପତ୍ର ଦିଆନଯାଇ ଆକସ୍ମିକ ଭାବେ ଭୂମିହୀନ ସଂଗ୍ରାମ ସମିତି ନାମରେ ଯୁଯୋମୁରା ତହସିଲ ଘେରାଓ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି । ତେବେ ଏହା ସତ ନ୍ୟାୟର ଯୁଦ୍ଧରେ ସାଧାରଣ ଜନତା ହାରି ଯାଇଥିବା ବେଳେ ଯୁଯୋମୁରା ବ୍ଲକରେ ମେଘପାଳ ପଞ୍ଚାୟତ ଠାରୁ ଆରମ୍ଭ କରି ସବୁଠି କେଳେଙ୍କାରୀର ନଗ୍ନ ନମୁାର ମଞ୍ଜି ପୋତିଛନ୍ତି କେବଳ ଯୁଯୋମୁରା ତହସିଲର ତହସିଲଦାର ଓ ତାଙ୍କ କର୍ମଚାରୀ । ଯାହାର ଏ ନଗ୍ନ ଚିତ୍ର ଆଜି ବାରି ହୋଇପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ