Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସୋନପୁର ଶାଖାର ପୁନର୍ଗଠନ

ସମ୍ବଲପୁର(ସୋନପୁର):ଅଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସୋନପୁର ଶାଖା ପକ୍ଷରୁ ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମମାଟି ସୋନପୁର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରଙ୍ଗଣରେ ଅନୁଷ୍ଠିତ ବୈଠକ ରେ ପଶ୍ଚିମାଞ୍ଚଲ୍ ର ଏଗାରଟି ଜିଲ୍ଲା ମଧ୍ଯରେ ସମନ୍ବୟ ର ଆବଶ୍ଯକତା ଉପରେ ଆଲୋଚନା କରାଯାଇ ଥିଲା ।
ସୋନପୁର ସମେତ ସମଗ୍ର ପଶ୍ଚିମାଞ୍ଚଳ ରେ ପର୍ଯ୍ୟଟନ ର ଗଭୀର ସମ୍ଭାବନା ରହିଥିବା ବେଲେ ପର୍ଯ୍ୟଟନ କରିଡର କରାଯାଇ ନଥିବା ଯୋଗୁଁ କୌଣସି ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରି ନାହାଁନ୍ତି । ସେଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ଦିଗରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଆଲୋଚନା କରାଯାଇ ଥିଲା ।
ଆଜି ର ବୈଠକ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୋନପୁର ଶାଖା ପୁନର୍ଗଠନ କରାଯାଇ ଭାଗିରଥି ମିଶ୍ର ଙ୍କୁ ଜିଲ୍ଲା ସଂଯୋକ, ଛନ୍ଦଚରଣ ପୁରୋହିତ ଙ୍କୁ ଜିଲ୍ଲା ସହସଂଯୋଜକ, ଲୋକନାଥ ମିଶ୍ର ଙ୍କୁ କାର୍ଯ୍ୟକ୍ରମ ସଂଯୋଜକ, କାର୍ତ୍ତିକ ବାଘ ଙ୍କୁ କାର୍ଯ୍ୟକ୍ରମ ସହ ସଂଯୋଜକ, ଶୀବ ଶଙ୍କର ଭୋଇ ଙ୍କୁ ଯୁବ ସଂଯୋଜକ, ସ୍ବାଧୀନ ନାଏକ ଙ୍କୁ ସହ ଯୁବ ସଂଯୋଜକ, ଶଂକର୍ଷଣ ବାଘ ଙ୍କୁ ସାହିତ୍ୟ ସଂଯୋଜକ, ସତ୍ଯ ନାରାୟଣ ମହାକୁଡ଼ ଙ୍କୁ ଗ୍ରାମିଣ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଶ୍ୟାମା ଓମ ପ୍ରସାଦ ମିଶ୍ର, ଡ ପୁରୁଷୋତ୍ତମ ମିଶ୍ର ଏବଂ ଶାଶ୍ବତ ତ୍ରୀପାଠୀ ଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୋନପୁର ଶାଖା ର ଉପଦେଷ୍ଟା ଭାବେ ମନୋନୀତ କରାଯାଇ ଥିଲା ।
ବୈଠକ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟୀର ଆବାହକ ଭବାନୀଶ ଭୋଇ, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ରକ୍ତଦାନ ଅଭିଯାନ ସଂଯୋଜକ ଶରତ ଚନ୍ଦ୍ର ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ଯ ମାନେ ଗଡଭିତର ସ୍ଥିତ ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କର ଝିଅ ଙ୍କ ଘରକୁ ଯାଇ ପରିବାର ସଦସ୍ଯ ମାନ ଙ୍କୁ ଭେଟି ଆଲୋଚନା କରିଥିଲେ । ଗୁରୁ ଙ୍କର ଜନ୍ମମାଟି ରେ ତାଙ୍କର ସ୍ମୁତିରକ୍ଷା ଦିଗରେ ଆଗାମୀ ଦିନରେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିବା ବିଷୟରେ ସୁଚନା ଦିଆଯାଇ ଥିଲା ।