Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଗିଛି କୁତ୍ରିମ ଗୋଡ:ହେଲେ ସାମାଜିକ କାମରେ ତତ୍ପର

ସମ୍ବଲପୁର (ଗୌଡପାଲି) : ଜୀବନରେ ଅନେକ ଦୃଶ୍ୟ ଆମର ପ୍ରତୀୟମାନ ହୋଇଥାଏ। ଆଉ ଦରଦୀ ପ୍ରାଣ ବା ସାମ୍ବାଦିକ ନଜରରେ ଯେତେବେଳ ଏଭଳି କିଛି ଦୃଶ୍ୟ ଆସେ,ତେବେ ସେ ପାଲଟି ଯାଏ ଖବର। ଆଉ ସେହି ଖବର ନଜରକୁ ଆସିଛନ୍ତି ରଘୁନାଥ । ରଘୁନାଥ ଜୁଆଡି ।ସାମ୍ବାଦିକଙ୍କ କ୍ୟାମେରା ଧୋତରେ କଏଦ ହୋଇଥିବା ଏଫଟୋର କାହାଣୀ ଅନେକ କଥାର ଇସାରା ଦେଉଛି। କିଛି ବର୍ଷ ପୂର୍ବରୁ ମିନି ଟ୍ରକରେ ଶ୍ରମିକ କାମ କରୁଥିଲେ ରଘୁନାଥ। ଗାଡିଟି ଦୁର୍ଘଟଣାର ଶିକାର ହେଲା । ରଘୁନାଥ ଗାଡିରୁ ତଳେ ପଡି ପଛ ଚକ ଓ ଅଖ ମଝିରେ ଚାପି ହୋଇ ରହିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଗଲା । ହେଲେ, ତାଙ୍କର ଦୁଇ ଗୋଡ କାଟିବାକୁ ପଡିଲା । ଭଲ ହେଲା ପରେ ଦୁଇ ଗୋଡରେ କୃତ୍ରିମ ଗୋଡ ଖଞ୍ଜାଗଲା । ସରକାରଙ୍କ ତରଫରୁ ଗୋଟିଏ ତିନିଚକିଆ ଟ୍ରାଇ ସାଇକଲ ମଧ୍ୟ ମିଳିଛି । ତେବେ ଜମନକିରା ବ୍ଲକର କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମରେ ନିଜ ସ୍ତ୍ରୀ ଓ ଗୋଟିଏ ପୁଅକୁ ନେଇ ଭଡାଘରେ ରହନ୍ତି ରଘୁନାଥ । ନିଜ ଘର ଯୁଯୁମୁରା ବ୍ଲକ କବରାପାଲି ଗ୍ରାମପଞ୍ଚାୟତ କୁଟୁରାଝୁରି ଗ୍ରାମରେ । ଏନଏଚ ୫୩ରୁ ମହୁଲମୁଣ୍ଡା ଗ୍ରାମକୁ ଯାଇଥିବା କଚ୍ଚା ରାସ୍ତାଟି ବର୍ତ୍ତମାନ ଖାଲଖମାରେ ପରିପୂର୍ଣ୍ଣ । ତେବେ ନିଜ ତିନିଚକିଆ ସାଇକଲରେ ଏକ କୋଦାଳି ସାଙ୍ଗରେ ଆଣି ଗତକାଲି ରାସ୍ତାରେ ଥିବା ଖାଲ ଗୁଡିକୁ ରାସ୍ତା ପାର୍ଶ୍ବରୁ ମାଟି ଆଣି ପୋତିବାରେ ଲାଗିଥିଲେ ରଘୁନାଥ ।ଏହା ଆମର ଜଣେ ସହଧର୍ମି ସାମ୍ବାଦିକ ବନ୍ଧୁ ସୁବାଷ ନାଥ ଶର୍ମାଙ୍କ ନଜରକୁ ଆସିବା ପରେ ଘଟଣାକ୍ରମର ଏକ ସଫଳ ଚିତ୍ର ସାମ୍ନାକୁ ଆସିଛି। ସେହି ରାସ୍ତରେ ଅନେକ ଯାତ୍ରୀ ଯିବା ଆସିବା କରନ୍ତି।ଗ୍ରାମରେ ଅନେକ ଲୋକ ଅଛନ୍ତି । ଧନୀ, ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର । କାହାରି କୌଣସି ଆପତ୍ତି ନାହିଁ କି,ହୃଦୟ କହିଲାନି ଗର୍ତ୍ତ ଯାଗାକୁ ପୋତି ଆସନ୍ନ ଦୂର୍ଘଟଣାକୁ ଏଡାଇବା ପାଇଁ ।ଉକ୍ତ ଖାଲଖମାକୁ ନେଇ । ଏପରି ପରିସ୍ଥିତିରେ ଭିନ୍ନକ୍ଷମ ହେଲେବି ରଘୁନାଥଙ୍କ ମହାନୁଭବତାର ସାମାଜିକ କାର୍ଯ୍ୟକୁ ପ୍ରଶଂସା ନକରି ରହିପାରିବେନି କେହି।