Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲାରେ ଓ ବି ସି ଜାଗରଣ ପାଇଁ ଚାଲିବ ଓବିସି ରଥ ଏବଂ ପଦଯାତ୍ରା; ତିନିଗୋଟି ବ୍ଲକ ର ମିଳିତ ସମ୍ମିଳନୀରେ ନିଷ୍ପତ୍ତି

ଜମନକିରା : ଓଡ଼ିଶା ଓ ବି ସି ମଞ୍ଚର ଝାରସୁଗୁଡ଼ା ଜିଲ୍ଲା ଶାଖା ପକ୍ଷରୁ ଲଇକେରା ରାଜୀବ ଭବନ ଠାରେ ବ୍ଲକ ସଭାପତି ଗଣ୍ଡାରାମ ବେହେରାଙ୍କ ସଭାପତିତ୍ବରେ ଲଇକେରା, କୋଲାବିରା ଓ କିର୍ମିରା ବ୍ଲକ ଶାଖାର ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମଞ୍ଚର ରାଜ୍ୟ କମିଟି ମହାସଚିବ ସୁବାସ ଚନ୍ଦ୍ର ନାୟକ, ବଲାଙ୍ଗୀର ଜିଲ୍ଲା ଆବାହକ ଦିର୍ଯୁ ଖମାରୀ ଓ ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ବିରଞ୍ଚି ସାହୁ ଅତିଥି ଭାବରେ ଯୋଗ ଦେଇ ରଜୈତି ଓ ଜନଗଣନା ପାଇଁ କେନ୍ଦ୍ର ଏବଂ ଶିକ୍ଷା, ଚାକିରି ଓ ପଞ୍ଚାୟତରାଜ ରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଓବିସି ମାନଙ୍କୁ ବିଭିନ୍ନ ଦଳର ସରକାର କିପରି ଅବହେଳା କରୁଛନ୍ତି ତାହାର ବିସ୍ତୃତ ବିବାରଣି ଉପସ୍ଥାପନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କିର୍ମୀରା ବ୍ଲକର ପୂର୍ବ ଅଧ୍ୟକ୍ଷ ତଥା ବ୍ଲକ ସଭାପତି ତେଜରାଜ ସାହୁ, କୋଲାଲବିର ବ୍ଲକ ସଭାପତି ସିରଜୁ ଖମାରୀ, ଚାଷୀ ନେତା ଲକ୍ଷ୍ମଣ ସାହୁ, ଭିକାରୀ ଚରଣ ନାୟକ, ଜ୍ଞାନେନ୍ଦ୍ର ବେହେରା, ରାମଚନ୍ଦ୍ର ସରାଫ, ଗୁରୁପ୍ରସାଦ ସାହୁ, ଅଶୋକ ବେହେରା, ସନ୍ଦୀପ ପଟେଲ, ନାରୀନେତ୍ରୀ ସାଧନା ପାଣ୍ଡେ, ଦିବେନ୍ଦୁ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ନୁଆଁଖାଇ ପରେ ବ୍ୟାପକ ଓବିସି ଜାଗରଣ ପାଇଁ ଜିଲ୍ଲା ବ୍ୟାପୀ ଓବିସି ରଥ ପରିକ୍ରମା ସହ ପଦଯାତ୍ରା କରିବା ପରେ ପୁଣି ଜିଲ୍ଲା ମହକୁମାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପୁଣି ଥରେ ଦିଆଯିବାକୁ ପ୍ରସ୍ତାବ ଆଗତ କରିଥିଲେ। ଜନ ଜାଗରଣ ପାଇଁ ମହାସଚିବ ଶ୍ରୀ ନାୟକ ଜିଲ୍ଲାରେ ମାସାଧିକ କାଳ ପଦଯାତ୍ରା କରିବେ ବୋଲି ବିପୁଳ କରତାଳି ଭିତରେ ଘୋଷଣା କରିଥିଲେ। ରଥ ପାଇଁ ଦୁଇ ଜଣ କର୍ମକର୍ତ୍ତା ତାଙ୍କ ଗାଡ଼ି ଯୋଗାଇଦେବେ ବୋଲି ମଧ୍ୟ ଘୋଷଣା କରିବାରୁ ତାକୁ ସଭାରେ ସହର୍ଷ ଗ୍ରହଣ କରିଥିଲେ।ଏହା ବ୍ୟତୀତ କୋଲାବିରା, କୀର୍ମିରା ଓ ଲଇକେରା ବ୍ଲକ ପାଇଁ ବ୍ଲକ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା। ଶେଷରେ ନବ ନିର୍ବାଚିତ ସ୍ଥାୟୀ କୋଲବିରା ବ୍ଲକ ସଭାପତି ସିର୍ଯୁ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।