ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ
ଦେବଗଡ଼: ସ୍ଥାନୀୟ ଗୋପାଳଜୀୟ ମନ୍ଦିର ପ୍ରାଙ୍ଗଣରେ ଆଜି ଆଗାମୀ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ସଭାପତି ସୁଶୀଲ କପରଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମହେଶ୍ବର ପାଣି ବିଗତ ବର୍ଷ ର ଆୟ ଏବଂ ବ୍ୟୟ ହିସାବ ପ୍ରଦାନ କରିଥିଲେ । ଏହାପରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ଶ୍ରୀ କପରଦାରଙ୍କୁ ପୁର୍ନବାର ସଭାପତି ଭାବରେ ଚୟନ କରଯାଇଥିଲା ।ସେହିପରି ଇସମାଇଲ ହେନେଜ ଉପସଭାପତି, ମହେଶ୍ବର ପାଣି ସଂପାଦକ, ଇଶ୍ବର ପ୍ରସାଦ ଦାଶ ଯୁଗ୍ମ ସଂପାଦକ , ସତ୍ୟାନନ୍ଦ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଉକ୍ତ ବୈଠକରେ ଉପ ନଗରପାଳ ପ୍ରଜିତ ଭୋଜ, ସୁଶାନ୍ତ ନନ୍ଦ, ଜୟ ଭଗବାନ ଅଗ୍ରୱାଲ,ବିକାଶ ପ୍ରଧାନ, ନରୋତ୍ତମ ସାହୁ କ୍ଷେତ୍ର ପାତ୍ର,ସୁନୀଲ ଯାଦବ ,ସଂଜୀବ ଧର, ସଞ୍ଜୀବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଦେଇଥିଲେ ।
ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ
