Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂଦାନର ପ୍ରବକ୍ତା ଭାରତ ରତ୍ନ ବିନୋବା ଥିଲେ ଦେଶର ପ୍ରଥମ ସତ୍ୟାଗ୍ରହୀ; ତାଙ୍କ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଂଜଳି

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଶର ଭୁସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭୂଦାନ ଯଜ୍ଞର ପ୍ରବକ୍ତା ସାଜି ଇତିହାସ ସୃଷ୍ଟି କରିଛନ୍ତି ଭାରତ ରତ୍ନ ବିନୋବା ଭାବେ। ସେ ମହାତ୍ମା ଗାନ୍ଧୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଥିଲେ। ସନ୍ଥ ବିନୋବା ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ପ୍ରଥମ ସତ୍ୟାଗ୍ରହୀ ହେବା ସହ ସ୍ଵାଧୀନୋତ୍ତର ଭାରତର ଜଣେ ସଚ୍ଚା ଗାନ୍ଧିବାଦୀ ଓ ଯୋଗୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଏବଂ ବକ୍ତାଗଣ ମତ ପ୍ରକାଶ କରିଛନ୍ତି। ଏଥିସହ ବିନୋବା ଭାରତ ସହ ସଂପୂର୍ଣ୍ଣ ଜଗତର ଉନ୍ନତି କାମନା କରୁଥିବା ବ୍ୟକ୍ତିତ୍ଵ ବୋଲି ସୂଚନା ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର ଦାସ ଯୋଗଦେଇ ବିନୋବାଙ୍କ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ସ୍କୁଲ ସହକାରୀ ଶିକ୍ଷକ ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମଧୁସ୍ମିତା ନାୟକ, ଅର୍ପିତା ପରିଡ଼ା, ହୋମ ସାଗର ପୃଷେଠ, ଡୋଲେଶ୍ୱରି ସାହୁ, ଦଶରଥ ପ୍ରୁସେଠ, ସ୍ୱରୂପ ନାଏକ, ବିକାଶ ଖର୍ସେଲ, ଶୁଭମ ଗୌଡ଼, ଆୟୁଷ କୁମାର ସାହୁ ଓ ସଂଗୀତା ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଦେଶପ୍ରେମ ମୂଳକ ସ୍ଲୋଗାନ ଦେବା ସହ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିନୋବାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ। ଶେଷରେ ସହକାରୀ ଶିକ୍ଷକ ଆଲୋକ ରଞ୍ଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।