Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାତୃ ଭୂମି ଓ ମାତୃ ଭାଷା କୁ ଭଲ ପାଇବା ହିଁ ଗଙ୍ଗାଧରଙ୍କ ପ୍ରତି ହେବ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳୀ…. ପ୍ରକୃତି ବନ୍ଧୁ ସୁବାସ ନାୟକ ଜମନକିରା ସ୍ନାତକ ମହାବିଦ୍ୟାଳୟର ମେହେର ଜୟନ୍ତୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସଦର ମହକୁମା ସ୍ଥିତ ସ୍ନାତକ ମହାବିଦ୍ୟାଳୟରେ ଆଜି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ମାତୃଭୂମି ଓ ମାତୃଭାଷାକୁ ଖୋଲା ହୃଦୟରେ ଭଲ ପାଇବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ବୋଲି କହିଥିଲେ। ଓଡ଼ିଆ ଅଧ୍ୟାପିକା ଡ଼. ତୃପ୍ତି ମିଶ୍ର ମେହେରଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀଛାତ୍ର ଗଣ ସ୍ବାଗତ ସଙ୍ଗୀତ ସହ ମେହେର ସଙ୍ଗୀତ ପରିବେଷଣ କରି ପରିବେଶକୁ ମଧୁମୟ କରିଦେଇଥିଲେ। ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲିଖନ ଓ ମେହେର ସଙ୍ଗୀତ ଗାନ ପ୍ରତିଯୋତା ର କୃତି ପ୍ରତିଯୋଗୀଙ୍କୁ କାର୍ଯ୍ୟକ୍ରମରେ ଶ୍ରୀ ନାୟକ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀ ନାୟକ, ଅଧ୍ୟାପକ, ଅଧ୍ୟାପିକା ଗଣ ମେହେରଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ଦୀପଦାନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଶେଷରେ ଅଧ୍ୟାପିକା ଅରୁଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।