Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠାଗାର ଆନ୍ଦୋଳନର ପ୍ରବକ୍ତା ଦାସିଆ ଅଜାଙ୍କ ସ୍ମୁତି ଦିବସ ପାଳନ

ଜମନକିରା : ଓଡ଼ିଶାର ପାଠାଗାର ଆନ୍ଦୋଳନର ମୁଖ୍ୟ ପ୍ରବକ୍ତା ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ସ୍ମୁତି ଦିବସ ବଡ଼ମାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ସହକାରୀ ଶିକ୍ଷକ ମାନସ ରଞ୍ଜନ ପଟେଲଙ୍କ ସଂଯୋଜନା ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଦାସିଆ ଅଜାଙ୍କ ଲକ୍ଷ ପୁରଣ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ପାଠାଗାର ସ୍ଥାପନ ପାଇଁ ଆହ୍ବାନ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ମିନାକ୍ଷୀ ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ବୀରେନ ସାହୁ ଏବଂ ସହକାରୀ ଶିକ୍ଷକ ହରେକୃଷ୍ଣ ନାୟକଙ୍କ ପରିଚାଳନାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଜ୍ଞାନ ବର୍ଦ୍ଧକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ କ୍ରୀଡା ଶିକ୍ଷକ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।