Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦମ୍ପତି ରକ୍ତଦାନ କରି ନିଜକୁ ଗର୍ବ ଅନୁଭବ କଲେ

ବେଲଗୁଣ୍ଠା,12/09,ଆଜି ମଙ୍ଗଳପୁର ଠାରେ ସମ୍ବାଦ ଆମ ଓଡ଼ିଶା ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମଙ୍ଗଳପୁର ଗ୍ରାମର ବଳରାମ ଗୌଡ଼ (35) ଏବଂ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ଗୌଡ଼ (32) ଦୁହେଁ ମିଶି ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ I ଆଜି ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷ୍ୟା କେନ୍ଦ୍ରରେ ରକ୍ତଦାନ ଶିବିର ହେଉଥିବା ଖବର ପାଇବା ପରେ ସନ୍ତୋଷିନୀ ବେଲଗୁଣ୍ଠାରେ ଥିବା ସ୍ୱାମୀ ବଳରାମଙ୍କୁ ଡକାଇ ରକ୍ତଦାନ କରିବା ପାଇଁ ରକ୍ତଦାନ ଶିବିରରେ ପହଞ୍ଚି ଯାଇଥିଲେ I ରକ୍ତଦାନ କରିସାରିବା ପରେ ଉଭୟ ବଳରାମ ଏବଂ ସନ୍ତୋଷିନୀ ଖୁସି ପ୍ରକଟ କରିଥିଲେ I ସନ୍ତୋଷିନୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ତାଙ୍କୁ ମେଡିକାଲ୍ ରେ ବହୁ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ରକ୍ତ ପାଇଁ ବ୍ୟାକୁଳ ହେଉଥିବା ଦୃଶ୍ୟ ବ୍ୟଥିତ କରିଥିଲା I ତେଣୁ ସେ ରକ୍ତଦାନ କରିବା ପାଇଁ ପ୍ରତିଜ୍ଞା କରିଥିଲେ I କିନ୍ତୁ ତାଙ୍କୁ ପୂର୍ବରୁ ରକ୍ତଦାନ କରିବା ପାଇଁ ସୁଯୋଗ ମିଳିନଥିବା ବେଳେ ଆଜି ସମ୍ବାଦ-ଆମ ଓଡ଼ିଶା ତାଙ୍କୁ ସୁଯୋଗ ଦେଇଥିବାରୁ ସେ ସମ୍ବାଦ ଆମ ଓଡ଼ିଶାକୁ ଧନ୍ୟବାଦ ଜଣାଇଥିଲେ I ଆମେ ରକ୍ତଦାନ କରିବା ଦ୍ୱାରା ନିଜର କୌଣସି କ୍ଷତି ହେଉନଥିବା ବେଳେ ଅନ୍ୟର ଜୀବନ ବଞ୍ଚି ଯାଉଥିବାରୁ ଆମେ ଆଗାମୀ ଦିନରେ ଅନୁଷ୍ଠିତ ଶିବିର ଗୁଡ଼ିକରେ ନିୟମିତ ରକ୍ତଦାନ କରିବୁ ବୋଲି ଉଭୟ ପ୍ରକାଶ କରିଥିଲେ I