Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଲୋଚନା ମେହେରଙ୍କ ପରଲୋକ

ତରଭା ଏନଏସିର ବରିଷ୍ଠ ଟ୍ୟାକ୍ସ କଲେକ୍ଟର ନାରାୟଣ ମେହେରଙ୍କ ମାତା ସୁଲୋଚନା ମେହେର(୯୦)ଙ୍କ ମଙ୍ଗଳବାର ଅପରାହ୍ନ ୩.୪୦ରେ ପରଲୋକ ହୋଇଯାଇଛି।ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ସୁଲୋଚନାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା ହେଲେ ସେଠାରେ ସେ ସବୁଦିନ ପାଇଁ ଆଖି ବୁଜିଥିଲେ।ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ନାରାୟଣ,ପୁତ୍ରବଧୁ ଲଳିତା,ଝିଅ ସୂର୍ଯ୍ୟକାନ୍ତି,ଭାଗ୍ୟବନ୍ତି, ଜୋଶବନ୍ତି, ଦୀପାଳି, କଲ୍ୟାଣୀ, ଜୟସ୍ମିତା, ଦୋଲନ ,ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ପୁଅ ନାରାୟଣ ମୁଖାଗ୍ନି ପ୍ରଦାନ କରିଥିଲେ।ସୁଲୋଚନା ଜଣେ ଧର୍ମ ପରାୟଣା ମହିଳା ଥିଲେ।ତାଙ୍କର ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।