Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ବାରମ୍ବାର ବିଦ୍ୟୁତ ସମସ୍ୟା, ଆନ୍ଦୋଳନ କରିବେ ଅଞ୍ଚଳବାସୀ

ଜମନକିରା : ବିଦ୍ୟୁତ ଅସୁବିଧା ସଜାଡ଼ିବା ନେଇ ବିଦ୍ୟୁତ ବିଭାଗ ଯେତେ ସୁବିଧା କରୁଛି, ତତ୍ପରତା ଯେମିତି ଦେଖାଉଛି, ସମସ୍ୟା ସେତେ ସେତେ ବଢ଼ି ବଢ଼ି ଚାଲିଛି। ଟାଟା ପାୱାର ନେଲା ଦିନ ଠାରୁ ଏଭଳି ସମସ୍ୟା ବଢ଼ି ଚାଲିଛି। ବିନା ପବନ, ବିନା ବିଜୁଳି, ବିନା ପାଣି ବର୍ଷାରେ ବି ବିଦ୍ୟୁତ ଚାଲି ଯାଉଛି। ଏକ ହେଲ୍ପ ଲାଇନ ନମ୍ବର ଦିଆଯାଇଥିବା ବେଳେ, ସେହି ନମ୍ବର୍ କୌଣସି ସମୟରେ ଠିକରେ କାମ କରୁନି। ଗତକାଲି ରାତି ତମାମ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିବା ବେଳେ ଆଜି ସକାଳୁ ୮ ଟା ରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ସଜାଡ଼ିବା ନେଇ ବନ୍ଦ ଘୋଷଣା କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଅପରାହ୍ନ ୧୨ ଟା ୫୯ ମିନିଟ ରେ ବିଦ୍ୟୁତ ସରବରାହ ସ୍ଵାଭାବିକ ହେଲା। ପୁନର୍ବାର କାଟ ର ପୁନରାବୃତ୍ତି ହେଲା। ଏବେ ସାଢେ଼ ୪ ଟା ରୁ ବିଦ୍ୟୁତ ର ଏପର୍ଯ୍ୟନ୍ତ ଦେଖା ନାହିଁ। ବିଭାଗର ବିଚିତ୍ର ବ୍ୟବସ୍ଥା। ଅଧିକ ଲୋକର ଯେମିତି ମୂଷା ମରେ ନାହିଁ, ସେହିଭଳି ଅଧିକ କର୍ମଚାରୀ ବିଭାଗ ରଖିକି ବିଦ୍ୟୁତ ସମସ୍ୟା ଅଧିକ ଦେଖା ଯାଉଛି। ଏହାର ପ୍ରତିକାର ହେବା ନିହାତି ଦରକାର, ଆଶା ଭବିଷ୍ୟତରେ ଆନ୍ଦୋଳନ ଉଗ୍ର ରୂପ ନେଇପାରେ ।