Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ କଳାକାର ଚୟନ ରୁ ବଞ୍ଚିତ ଥିବା ବିଭିନ୍ନ ବର୍ଗ କଳାକାରଙ୍କ ଅସନ୍ତୋଷ ଜାହିର, ନିରାଶରେ ଫେରିଲେ

ଜମନକିରା : ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ ୪ ଟି ବର୍ଗର କଳାକାର ମାନଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ କରିଥିଲେ। ତେବେ ବ୍ଲକରେ ଥିବା ଅନ୍ୟ ବର୍ଗର ଯଥା କୃଷ୍ଣ ଗୁରୁ, ସମ୍ପର୍ଦା ଆଦି ବର୍ଗର ଉକ୍ତ ଚିଠାରେ ଦର୍ଶା ଯାଇନାହିଁ। ମାତ୍ର କେତେକ ପଞ୍ଚାୟତ ରୁ ଏହି ବର୍ଗର କଳାକାର ମାନେ ୪ ଚକିଆ ଗାଡ଼ି କରି ବ୍ଲକ କାର୍ଯ୍ୟାଳୟ କୁ ଚୟନ ପାଇଁ ଆସିଥିଲେ। ଆସି ପହଂଚି ଯେତେ ବେଳେ ଜାଣିଲେ ଯେ, ସେମାନଙ୍କୁ ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ନାହିଁ। ନିରାଶରେ ଫେରି ଯାଇଛନ୍ତି। ଏଭଳି ଅସନ୍ତୋଷ ଜାହିର କରିଛନ୍ତି ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଚେରଙ୍ଗାମାଲ ଗାଁର ସଂପ୍ରଦା କଳାକାର ମାନେ। ସେମାନେ ଆଜି ୩ ହଜାର ଟଙ୍କା ଖର୍ଚ୍ଚ କରି ଗାଡ଼ି ନେଇ ଆସିଥିବା କହିଥିଲେ। ସେମାନେ ହେଲେ ପ୍ରଫୁଲ୍ଲ ସାହୁ, ଡମ୍ବରୁଧର କୁମୁରା, ଚନ୍ଦ୍ରଭାନୁ ପୃଷେଠ, ଈଶ୍ୱର ନାଏକ, କିଶୋର କାଲୋ, ରୁଦ୍ରେଶ୍ୱର ପୃଷେଠ। ଏମାନଙ୍କ ସମେତ ଅନେକ ବର୍ଗର କଳାକାର ମାନେ ନିରାଶରେ ଫେରି ଯାଇଥିବା ଜଣାପଡିଛି। ତେବେ ବ୍ଲକ ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ଅଧିକାରୀ ରଞ୍ଜିତ କୁମାର ସାହୁ ସରକାରଙ୍କ ନିର୍ଦ୍ଦେଶ ହେଲେ ଅନ୍ୟ ବର୍ଗର କଳାକାର ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି କହିଥିଲେ।