ଧଲାଜହରର କରବାରରେ ଗିରଫ ହେଲେ ସମ୍ବଲପୁରର ଜଣେ ମହିଳା


ସମ୍ବଲପୁର-୧୩/୦୯ ଗତ କିଛି ମାସ ହେବ ସମ୍ବଲପୁର ସହରରେ ବ୍ରାଉନସୁଗର କାରବାର ର ପେଣ୍ଠସ୍ଥଳୀ ଭାବରେ ପରିଚିତ ସୁନାପାଲି ରେ ପୁଣି ଧରା ହେଲା ୧୪ ଗ୍ରାମ ଧଲାଜହର । ପୋଲିସ ଓ ଅବକାରୀ ବିଭାଗ କୁ ଚକମା ଦେଇ ବ୍ରାଉନସୁଗର କାରବାର ଚାଳିଥିବା ବେଳେ ପ୍ରଥମଥର ପାଇଁ ଜଣେ ମହିଳା ଙ୍କୁ ବ୍ରାଉନସୁଗର କାରବାର ରେ ଆଜି ଗିରଫ କରାଯାଇଛି । ପୁର୍ବରୁ ସୁନାପାଲିରେ ହୋଇଥିବା ବ୍ରାଉନସୁଗର ଗିରଫଦାରୀ ଘଟଣାରେ କେବଳ ପୁରୁଷ ମାଫିଆ ଗିରଫ ହେଉଥିବା ବେଳେ ଏଥର ୫୮ ବର୍ଷିୟ ବଦୁରନ ବି ନାମକ ଜଣେ ମହିଳା ଙ୍କୁ ଗିରଫ କରିଛି ଅବକାରୀ କାର୍ଯ୍ୟାଳୟ ର ଟିମ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଗୌନ୍ତିଆ ପଡ଼ାରେ ଅବକାରୀ କାର୍ଯ୍ୟାଳୟ ସଦର ୧ ପକ୍ଷରୁ ଚଢାଉ କରାଯାଇ ୧ ଲକ୍ଷ ୪୦ ହଜାର ଟଙ୍କାର ବ୍ରାଉନସୁଗର କୁ
୫୮ ବର୍ଷିୟ ବଦୁରନ ବି ନାମକ ଜଣେ ମହିଳା ଙ୍କ ଠାରୁ ଜବତ ପରେ ଏହି ମହିଳା ଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।
ତେବେ ଗତ କିଛି ମାସ ହେବ ସମ୍ବଲପୁର ସହରର ସୁନାପାଲି ଠାରେ ବ୍ରାଉନସୁଗର କାରବାର ଘଟଣା ବଢି ଚାଳିଥିବା ବେଳେ ଏହି କାରବାର ର ଲିଙ୍କ୍ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ କୁ ଲମ୍ବିଥିବା ନେଇ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।