Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାର୍ମିକ ଶୋଭାଯାତ୍ରା ଉପରେ କଟକଣାକୁ ବିରୋଧ

ସମ୍ବଲପୁର-୧୩/୦୯ ସମ୍ବଲପୁର ସହରରେ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ଉପରେ ପ୍ରଶାସନିକ କଟକଣା କୁ ବିରୋଧରେ ଜନସନ୍ତୋଷ ତେଜିବାରେ ଲାଗିଛି l ବିଶେଷ କରି କିଛି ଦିନ ଆଗରୁ ବିଶ୍ୱକର୍ମା ପୂଜା ଓ ଗଣେଶ ପୂଜାର ଭସାଣି ଶୋଭାଯାତ୍ରା କୁ ବନ୍ଦ କରିବାକୁ ପ୍ରାସନିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା l ତେବେ ଆଜି ଏହାକୁ ପ୍ରତିବାଦ କରି ସମ୍ବଲପୁର ସାର୍ବଜନୀନ ପୂଜା କମିଟି ନେତୃତ୍ୱ ରେ ସମ୍ବଲପୁର ସହର ସମେତ ଆଖପାଖ ଅଞ୍ଚଳର ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା କମିଟିର ସଭ୍ୟମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଏନେଇ ଏକ ଦାବିପତ୍ର ଦେବା ସହ ଶୋଭାଯାତ୍ରା କୁ ଅନୁମତି ଦେବାକୁ ଦୃଢ ଦାବୀ କରିଥିଲେ l ଯଦି ଆଗକୁ ଶୋଭାଯାତ୍ରା ଆୟୋଜନ ଉପରେ ଲାଗିଥିବା କଟକଣା କୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର ନକରେ ତେବେ ଦୁର୍ବାର ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି l