ସମ୍ବଲପୁର-୧୩/୦୯ (ରମାକାନ୍ତ ବିଶ୍ୱାଳ)
କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀ ନିଖିଲ ଓଡିଶା କାରାଗାର କର୍ମଚାରୀ ସଂଘର ଆହ୍ୱାନରେ ସମ୍ବଲପୁର ମଣ୍ଡଳ କାରାଗାରରେ ସମସ୍ତ କାରାରକ୍ଷୀ, ମହିଳା କାରାରକ୍ଷୀ ଓ ମୁଖ୍ୟ କାରାରକ୍ଷୀ ମାନେ ବିଭିନ୍ନ ଦାବୀ ପୂରଣ ପାଇଁ ଆଜି ଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି କାର୍ଯ୍ୟ କରୁଛନ୍ତି । ଆଜିଠୁ ଆସନ୍ତା ୨୪.୦୯.୨୦୨୩ ତାରିଖ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି । ମୁଖ୍ୟତଃ କାରାରକ୍ଷୀ ମାନଙ୍କ ଗ୍ରେଡ ପେକୁ ବୃଦ୍ଧି , ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ କରିବା ,
ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତାକୁ ବୃଦ୍ଧି ସହ ୧୩ ମାସିଆ ଦରମା ବୃଦ୍ଧି ପାଇଁ ଦାବି କରି ଏହି କଳା ବ୍ୟାଚ ପିନ୍ଧି ପ୍ରତିବାଦ କରାଯାଉଛି ।
ସମ୍ବଲପୁର ମଣ୍ଡଳ କାରାଗାରରେ ସମସ୍ତ କାରାରକ୍ଷୀ ମାନେ ବିଭିନ୍ନ ଦାବୀ ପୂରଣ ପାଇଁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ
