Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏପି ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବୁଧବାର ପାରେଣ୍ଟ ଏଜଏ ପାର୍ଟନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ ଯୋଗ ଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାକୁ ସହକାରୀ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ପରିଚାଳନାରେ ଅନ୍ୟ ସହକାରୀ ଶିକ୍ଷୟତ୍ରୀ ତୃପ୍ତି ପଟେଲ, ମଧୁସ୍ମିତା ବେହେରା, ଚନ୍ଦ୍ରକାନ୍ତ ବରିହା, ପ୍ରଭାତ ଶତପଥୀ, ସଂଯୁକ୍ତା ମୁଦୁଲି ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। କାର୍ଯ୍ୟକ୍ରମ ହେବା ପୂର୍ବରୁ ସ୍କୁଲ ନିର୍ଦ୍ଦେଶକ ମନୋଜ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ ସାହୁ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଏବଂ ଗୋଷ୍ଟି ମଙ୍ଗଳ ଅଧିକାରୀ ପରିଦର୍ଶନ କରି ଫେରିଥିଲେ। ବୈଠକ ପୂର୍ବରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଟ୍ରନ ପ୍ରଭାଜିନି ପଟେଲ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।