Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷକଙ୍କ ବିଇଓ ଅଫିସ ସମ୍ମୁଖରେ ଧାରଣା

ଜମନକିରା : ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନକ୍ରମେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି।ବୁଧବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁବନେଶ୍ୱର ଦ୍ୱିବେଦୀଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଜମନକିରା ପ୍ରାଥମିକ ସ୍କୁଲ ରୁ ବ୍ୟାନର, ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବିଇଓ ଅଫିସ ପର୍ଯ୍ୟନ୍ତ ପହଂଚି ଏକଜୁଟ ହୋଇଥିଲେ। ରାଜ୍ୟ ସରକାର ତାଙ୍କର ୩ ଦାବି ଅବିଳମ୍ବେ ପୂରଣ କରିବାକୁ ଜିଲ୍ଲା ସଂପାଦକ ପ୍ରଶାନ୍ତ ନାଥ, ନୋଡାଲ ପ୍ରାଥମିକ ସ୍କୁଲ ସଭାପତି କାର୍ତ୍ତିକ କିସାନ, ଜିଲ୍ଲା ସାଂଗଠନିକ ସଂପାଦକ ଶ୍ରୀକାନ୍ତ ପଟେଲ, ସଂପାଦକ ପ୍ରଶାନ୍ତ ପଣ୍ଡା, ଉପଦେଷ୍ଟା ଦିଲ୍ଲୀପ ବୋହିଦାର, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ପଟେଲ, ସଂଘମିତ୍ରା ଦେହୁରୀ, ପଞ୍ଚାନନ ମହାନନ୍ଦିଆ, କବିତା ପଟେଲ, ତୁଲାରାମ ନାଏକ, ପ୍ରତାପ ମହାପାତ୍ର, ଅଭିମନ୍ୟୁ ବୁଡା, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଶିକ୍ଷକ ନେତୃବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ। ସେମାନଙ୍କ ୩ ଦଫା ଦାବି ପୂରଣ ନ ହେଲେ ରାଜ୍ୟ ସାରା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏଵଂ ସ୍କୁଲ ବନ୍ଦ ଜନିତ ଶିକ୍ଷା ବ୍ୟବସ୍ଥା ଠପ ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବିଇଓ ଦେବକୀ ନାଏକଙ୍କ ଜରିଆରେ ୩ ଦଫା ଦାବି ଦିଆଯାଇଥିଲା। ଦାବି ଗୁଡ଼ିକ ହେଲା ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଓ ୬ ଟି ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ ସହିତ ଏକ୍ସ କ୍ୟାଡ଼ର କଳା ଓ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ , ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦୀୟ ହାରରେ ବେତନ ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବାକୁ ଦାବି କରାଯାଇଛି। ଆଜି କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏବଂ ବ୍ଲକ ଉପାଧ୍ୟକ୍ଷ ରୋହିତ ଭୋଇ ପ୍ରମୁଖ ଆନ୍ଦୋଳନ ସ୍ଥଳକୁ ଆସି ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିଲେ।