ଭଡାଘରୁ ଯୁବତୀ ଉଦ୍ଧାର-୨ ଯୁବକ ଗିରଫ


ସମ୍ବଲପୁର-୧୩/୦୯ (ରମାକାନ୍ତ ବିଶ୍ବାଳ)
ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷିପଡା ଇଦଗାହା ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବତୀକୁ ଉଦ୍ଧାର କରିବା ସହ ୨ ଜଣ ବ୍ୟକ୍ତି ଙ୍କୁ ଧନୁପାଲି ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି । ଏନେଇ ପୋଲିସ ଏସଡିପିଓ ସୂଚନା ଦେଇଛନ୍ତି । ପୋଲିସ ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇଁ ଧନୁପାଲି ପୋଲିସ ସାକ୍ଷିପଡା ଇଦଗାହା ନିକଟରେ ଏକ ଭଡ଼ା ଘରୁ କଟକ ଅଞ୍ଚଳର ଜଣେ ଯୁବତୀକୁ ଉଦ୍ଧାର କରିଛି। ଏହି ଘଟଣାରେ ଘରଭଡ଼ା ନେଇଥିବା ବ୍ୟକ୍ତି ଭୁଷଣ କୁମାର ପ୍ରସାଦ ଓ ସୁରଜ ଜୟସ୍ୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁହି ଅଭିଯୁକ୍ତ ମାନେ ଏହି ଝିଅକୁ କଟକ ଅଞ୍ଚଳରୁ ଆଣି ଏହି ଭଡ଼ା ଘରେ ବେଶ୍ୟା ବୃତ୍ତି କାର୍ଯ୍ୟ ରେ ଲଗାଇଥିଲେ । ପୋଲିସ ଏହି ଭଡ଼ା ଘରୁ ୨ ଗୋଟି ମୋବାଇଲ ସହ ବହୁ ଆପତ୍ତିଜନକ ଜିନିଷ କୁ ଉଦ୍ଧାର କରିଛି ବୋଳି ଏସଡିପିଓ ସୂଚନା ଦେଇଛନ୍ତି ।