ସମ୍ବଲପୁର-୧୩/୦୯(ରମାକାନ୍ତ ବିଶ୍ବାଳ)
ରାତାରାତି କୋଟିପତି ହେବାର ଆଶା ନେଇ କରୁଥିଲେ ଗଞ୍ଜେଇ କାରବାର l ଅତି ଚତୁରତାର ସହିତ କାର ଭିତରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ନେଉଥିବା ବେଳେ ଗଞ୍ଜେଇ ମାଫିଆ ଙ୍କ କୋଟିପତି ହେବାର ସପ୍ନକୁ ଭାଙ୍ଗି ଦେଲା ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ସମ୍ବଲପୁର । ସୂଚନା ଅନୁସାରେ ସମ୍ବଲପୁର ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ର ଏକ ସ୍ୱତନ୍ତ୍ର ଟିମ ସମ୍ବଲପୁର ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ଶାସନ ଭାରତ ପେଟ୍ରୋଲ ପମ୍ଫ ସମ୍ମୁଖରୁ କାର କୁ କାବୁ କରିବା ସହ ୨୫ କେଜି ଗଞ୍ଜେଇ ସହିତ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଆଜି ଶାସନ ଅଞ୍ଚଳରେ ଗାଡି ଯାଞ୍ଚ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ କାର୍ଯ୍ୟାଳୟ ର ଏହି ଟିମ ସୋନପୁର ଜିଲ୍ଲା ରୁ ଉତ୍ତରପ୍ରଦେଶ ରାଜ୍ୟକୁ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି l ତେବେ ଗିରଫ ଅଭିଯୁକ୍ତ ମାନେ ଉତ୍ତରପ୍ରଦେଶ ରାଜ୍ୟର ରାଜେଶ କୁମାର ଜୟଶ୍ଵାଳ ଓ ଶ୍ୟାମଲାଲ ହୋଇଥିବା ବେଳେ ଗଞ୍ଜେଇ ସହ ଜବତ କାର ର ଆନୁମାନିକ ମୁଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଳି ଅବକାରୀ କାର୍ଯ୍ୟାଳୟ ର ଡେପୁଟି କମିଶନର ସୂଚନା ଦେଇଛନ୍ତି l
ାତାରାତି କୋଟିପତି ହେବାର ନିଶା ଛାଡିଲା-ଗୁଇନ୍ଦା ଅବକାରୀ ବିଭାଗ ହାତରେ ଗଞ୍ଜେଇ ମାଫିଆ
