ସମ୍ବଲପୁର-୧୩/୦୯
(ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ରୋଡ଼ ରେଲ ଷ୍ଟେସନ ବନ୍ଦ ହୋଇ ଯିବାରୁ ବିଭିନ୍ନ ଗ୍ରାମାଞ୍ଚଳ ଓ ଦୂରଦୁରାନ୍ତରୁ ଆସୁଥବା ଶହ ଶହ ଯାତ୍ରୀ ନାନା ସମସ୍ୟା ଏବଂ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି l ଫାଟକ ଟିକେଟ କାଉଣ୍ଟର ବନ୍ଦ ହୋଇଯିବାରୁ ଯାତ୍ରୀମାନଙ୍କୁ ଟିକେଟ କାଟିବା ପାଇଁ ଅନେକ ଅସୁବିଧା ହେବା ସହ କ୍ଷେତରାଜପୁର ରେଲ ଷ୍ଟେସନରେ ସବୁବେଳେ ଅଧିକ ଭିଡ଼ ଲାଗି ରହୁଛି l ତେଣୁ ଫାଟକ ଷ୍ଟେସନ ଠାରେ ଏକ ସିଟି ଟିକେଟ କାଉଣ୍ଟର ଖୋଲାଗଲେ ବହୁ ଯାତ୍ରୀ ଉପକୃତ ହେବେ l ସମ୍ବଲପୁର ପୁରୀ ଇଣ୍ଟରସିଟି ପ୍ରାୟ ସବୁଦିନ ରାତ୍ର ବିଳମ୍ବରେ ପହୁଁଚୁଛି l ଫାଟକ ଷ୍ଟେସନ ଥିବା ସମୟରେ ଇଣ୍ଟରସିଟି ଓ ପେସେଞ୍ଜର ଟ୍ରେନ ମାନଙ୍କ ତିନି ଚତୁର୍ଥାଂଶ ଯାତ୍ରୀ ଏହି ଷ୍ଟେସନରେ ଉତୁରି ସୁବିଧାରେ ନିଜନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁଥିଲେ l କିନ୍ତୁ ଏହା ବନ୍ଦ ହୋଇଯିବାରୁ ଯାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି l ତେଣୁ ଅତି କମରେ ଗୋଟିଏ ପ୍ଲାଟଫର୍ମରେ ଇଣ୍ଟରସିଟି ଓ ପେସେଞ୍ଜର ଟ୍ରେନ ମାନଙ୍କ ରହଣି କରାଗଲେ ଯାତ୍ରୀ ମାନେ ଅନେକ ସୁବିଧା ପାଇ ପାରନ୍ତେ l ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ଫାଟକ ରେଳୱେ ଷ୍ଟେସନ ଠାରେ ଏକ ସିଟି ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ ଏବଂ କେବଳ ଗୋଟିଏ ପ୍ଲାଟଫର୍ମରେ ଇଣ୍ଟରସିଟି ଓ ପେସେଞ୍ଜର ଟ୍ରେନ ରହଣି ପାଇଁ ଡ଼ିଭିଜିନେଲ ରେଳୱେ ମ୍ୟାନେଜେରଙ୍କ ଠାରେ ଦାବୀ କରାଯାଇଛି l ଏହି ପ୍ରତିନିଧି ଦଳରେ ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ, ଅଖିଳ ରଞ୍ଜନ ପଟ୍ଟନାୟକ, ଡ଼ ସନ୍ତୋଷ କୁମାର ଦାଶ, ଦୀନବନ୍ଧୁ ପଣ୍ଡା ଓ ଶିବାଶଙ୍କର ଦାନୀ ପ୍ରମୁଖ ସାମିଲ ହୋଇଥିଲେ l ଏହା ସହ ଭୁବନେଶ୍ୱରସ୍ଥିତ ଇଷ୍ଟକୋଷ୍ଟ ରେଳୱେର ଜେନେରେଲ ମେନେଜର ଶ୍ରୀ ମନୋରଞ୍ଜନ ଶର୍ମା ଙ୍କୁ ଏହି ଦାବିପତ୍ର ଦିଆଯାଇଛି l
ଫାଟକ ଷ୍ଟେସନରେ ରେଲୱେ ସିଟି ବୁକିଂ କାଉଣ୍ଟର ଖୋଲିବାକୁ ହୀରାଖଣ୍ଡ ସାମ୍ମୁଖ୍ୟର ଦାବୀ
