Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧୀ ଜୟନ୍ତୀ ଓ ମେଧା ସମ୍ବର୍ଦ୍ଧନା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଜମନକିରା : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ କୁ ମହାସମାରୋହରେ ପାଳନ ପାଇଁ ଆଜି କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀ ,ଶାସ୍ତ୍ରୀ ଓ ଗାନ୍ଧିବାଦୀ ମହାପୁରୁଷଙ୍କ ଜୀବନୀ ଉପରେ କୁଇଜ୍, ରଚନା, ରଙ୍ଗୋଲି, ଡ୍ରଇଂ, ବକ୍ତୃତା ଆଦି ପ୍ରତିଯୋଗିତା କରାଯିବାକୁ ସ୍ଥିର କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ଏହି ଆନ୍ତଃସ୍କୁଲ ପ୍ରଥମ ପ୍ରତିଯୋଗିତା କୁ ସେପ୍ଟେମ୍ବର ୨୬ ତାରିଖ ଓ ଅବଶିଷ୍ଟ ପ୍ରତିଯୋଗିତାକୁ ଗାନ୍ଧୀ ଜୟନ୍ତୀ ଦିନ କରିବା ସହ ଭବ୍ୟ ପୁରସ୍କାର ବିତରଣ ସଭା ମଧ୍ୟ କରାଯିବ ବୋଲି ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ହେବ ବୋଲି ସ୍ଥିର କରାଯାଇଥିଲା।ଏତଦ ବ୍ୟତୀତ ଚଳିତ ବର୍ଷର ମେଧା ସମ୍ବର୍ଦ୍ଧନାକୁ କୁଚିଣ୍ଡା କଲେଜ ପରିସରରେ ୨୨ ତାରିଖ ଦିନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଥିଲା। ସଭା ପ୍ରାରମ୍ଭରେ ଅଭିଯାନର ଆବାହକ ପ୍ରଭାତ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଯୋଜକ ରମେଶ କିଶାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ରଞ୍ଜିତ ବରିହା, ସୁରେଶ ନାଏକ, ସିକନ୍ଦର ଆଲାମ, କୈଳାସ ଚନ୍ଦ୍ର ନାୟକ, ସନ୍ତୋଷ ପଟେଲ, ଅତୁଲ ଅଗ୍ରୱାଲା, ସୁବାସିନି ଭୀମ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଭିଯାନର ସଭ୍ୟ ରମାକାନ୍ତ ମହାକୁଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ