Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିହୀନ ଏବଂ ବସ୍ତିବାସିନ୍ଦାଙ୍କୁ ଘରଡିହ ପ୍ରଦାନ ପାଇଁ ଦାବି

ଦେବଗଡ଼ ଜିଲ୍ଲା ରେ ଭୂମିହୀନଙ୍କୁ ଘରଡିହ ଏବଂ ବସ୍ତିବାସିନ୍ଦାଙ୍କୁ ଘରଡିହ ପ୍ରଦାନ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ, ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ସାଗର ପ୍ରଧାନ,ରମେଶ ଚନ୍ଦ୍ର ପାତ୍ର, ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀତମ ସାହୁ, ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା, ସନ୍ତୋଷ ଉଦାବର, ଦେବେନ୍ଦ୍ର ଗଡନାୟକ, ସ୍ନେହାଞ୍ଜଳୀ ମାଟିଆରୀ, ମୁକେଶ ସାମାଡ, ସାଧୁ ମୁଣ୍ଡାଙ୍କ ସମେତ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ ।