Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ପଙ୍କଜ ବେହେରା ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଯୋଗଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରୋହିତ ଭୋଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ ସାହୁ, ଗୋଷ୍ଟି ମଙ୍ଗଳ ଅଧିକାରୀ ଐଶର୍ଯ୍ୟ ନାୟକ, ପରିଚାଳନା କମିଟିର ସଭାନେତ୍ରୀ ପଦ୍ମିନୀ ପ୍ରଧାନ, ଉପ ସଭାପତି ପ୍ରଶାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଆପଣ ମାନେ ହିଁ ଆମ ସ୍କୁଲର ଅଂଶୀଦାର ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ବୈଠକ ପୂର୍ବରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସହକାରୀ ଶିକ୍ଷକ ଅରୁଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଟ୍ରନ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।