ସମ୍ବଲପୁର-୧୫/୦୯ (ରମାକାନ୍ତ ବିଶ୍ୱାଳ)
ସମ୍ବଲପୁର କ୍ଷେତରାଜପୁର ସ୍ଥିତ ରାଣୀ ସତିଜୀ ଦାଦାଙ୍କ ମନ୍ଦିର ପକ୍ଷରୁ ଆଜି ମନ୍ଦିର ପରିସରରେ ଭାଦୋ ଅମାବାସ୍ୟା ମେଲା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦାଦି ପରିବାର କ୍ଷେତରାଜପୁର ପକ୍ଷରୁ ଦାଦି ରାଣୀ ସତୀଜୀ ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ଭଜନ କୀର୍ତ୍ତନ, ସାମୁହିକ ମଙ୍ଗଳପାଠ,ମହାଆଳତି,ଅଖଣ୍ଡ ଜ୍ୟୋତି,ଚୁନରି ଉତ୍ସବ,ମହେନ୍ଦି ଉତ୍ସବ,ହଲଦି ଉତ୍ସବ, ଗଜରା ଉତ୍ସବ, ସୁହାଗ ପିଟାରା ର ସ୍ୱତନ୍ତ୍ର ରିତିନିତି ଓ ବିଧି ବିଧାନ ରେ ପୂଜାର୍ଚ୍ଚନା ସଂପର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ମନ୍ଦିର ପରିସରକୁ ଫୁଲ ଓ ଆଲୋକସଜ୍ଜା ରେ ସୁସଜ୍ଜିତ କରାଯାଇଥିଲା । କ୍ଷେତରାଜପୁର ଦାଦି ପରିବାର କ୍ଷେତରାଜପୁର ପକ୍ଷରୁ ଅଶୋକ ଅଗ୍ରୱାଲ, ଡାକ୍ତର ଜଗଦୀଶ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, କୈଳାଶ ଅଗ୍ରୱାଲ,କୁସୁମ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ସରିତା ଖେତାନ, ଅଞ୍ଚୁ ଜୈନ୍, ମଧୁ ଅଗ୍ରୱାଲ, ଖୁସୁବୁ ଅଗ୍ରୱାଲ,ମଧୁ ଅଗ୍ରୱାଲ, ସମେତ ଦାଦା ପରିବାର ର ସବୁ ସଭ୍ୟ ଓ ଦାଦା ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଶେଷରେ ଦାଦି ରାଣୀ ସତିଜୀ ଦାଦାଙ୍କ ଠାରେ ମହାଭୋଗ ଲଗାଯିବା ପରେ
ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ରାଣୀ ସତିଜୀ ଦାଦା ମନ୍ଦିରରେ ଭାଦୋ ଅମାବାସ୍ୟା ମେଲା ଅନୁଷ୍ଠିତ
