ବିଜେପି କାର୍ଯ୍ୟାଳୟରେ ବିଧାୟକ ନାଉରୀ ନାଏକ ଙ୍କ ସାମ୍ବାଦିକ ସମ୍ମିଳନୀ


ସମ୍ବଲପୁର-୧୫/୦୯ (ରମାକାନ୍ତ ବିଶ୍ୱାଳ)
କଚେରି ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ବିଧାୟକ ନାଉରୀ ନାଏକ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗିରିସ ପଟେଲ ଙ୍କ ସମେତ ବିଜେପି ଜିଲ୍ଲା ର ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ବିଳନିରେ ଆସନ୍ତା ବାଚସ୍ପତି ନିର୍ବାଚନ କୁ ବିଜେପି ବିଧାୟକମାନେ ବର୍ଜନ କରିବାକୁ ଘୋଷଣା କରାଯାଇଛି । ଏହାସହ ଆସନ୍ତା ୧୭ ତାରିଖ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାବେଳେ ଏଥିରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଳି ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ବିଳନିରେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ଯେଉଁ ଉଚ୍ଛେଦ କାର୍ଯ୍ୟ ଚାଳିଛି ତାହାକୁ ତୁରନ୍ତ ବନ୍ଦ ସହ ଉଚ୍ଛେଦ ହୋଇଥିବା ଲୋକଙ୍କୁ ଥଇଥାନ କରିବାକୁ ଦାବି କରାଯାଇଛି। ଏପରିକି ବିଭିନ୍ନ ପୁଜା ର ସୋଭାଯାତ୍ରା ଆୟୋଜନ କୁ ନେଇ ଯେଉଁ ପ୍ରଶାସନ କଟକଣା ଯାରି କରିଛି ତାକୁ ପ୍ରତ୍ୟହାର କରିବାକୁ ସାମ୍ବାଦିକ ସମ୍ମିଳନୀ ଦାବି କରାଯାଇଛି ।