Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷକଙ୍କ ଧାରଣା ୫ମ ଦିନରେ

ଜମନକିରା : ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନକ୍ରମେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଧାରଣା ଆଜି ୫ମ ଦିନରେ ପହଂଚିଛି। ତେବେ ଶିକ୍ଷକ ଙ୍କ ଧାରଣା ସ୍ଥଳରେ ଏପର୍ଯ୍ୟନ୍ତ କେହି ବି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆନ୍ଦୋଳନ କୁ ଅଧିକ ତୀବ୍ରତର କରାଯିବ ବୋଲି ସଂଘ ସଭାପତି ଭୁବନେଶ୍ୱର ଦ୍ୱିବେଦୀ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ସୋମବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଦ୍ୱିବେଦୀଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଜମନକିରା ପ୍ରାଥମିକ ସ୍କୁଲ ରୁ ବ୍ୟାନର, ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବିଇଓ ଅଫିସ ପର୍ଯ୍ୟନ୍ତ ପହଂଚି ଏକଜୁଟ ହୋଇଥିଲେ। ରାଜ୍ୟ ସରକାର ତାଙ୍କର ୩ ଦାବି ପୂରଣ କରିବାକୁ ଜିଲ୍ଲା ସଂପାଦକ ପ୍ରଶାନ୍ତ ନାଥ, ନୋଡାଲ ପ୍ରାଥମିକ ସ୍କୁଲ ସଭାପତି କାର୍ତ୍ତିକ କିସାନ, ଜିଲ୍ଲା ସାଂଗଠନିକ ସଂପାଦକ ଶ୍ରୀକାନ୍ତ ପଟେଲ, ସଂପାଦକ ପ୍ରଶାନ୍ତ ପଣ୍ଡା, ଉପଦେଷ୍ଟା ଦିଲ୍ଲୀପ ବହିଦାର, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ପଟେଲ, ସଂଘମିତ୍ରା ଦେହୁରୀ, ପଞ୍ଚାନନ ମହାନନ୍ଦିଆ, କବିତା ପଟେଲ, ତୁଲାରାମ ନାଏକ, ପ୍ରତାପ ମହାପାତ୍ର, ଅଭିମନ୍ୟୁ ବୁଡା, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଶିକ୍ଷକ ନେତୃବୃନ୍ଦ ନିଜ ବକ୍ତବ୍ୟରେ ସେମାନଙ୍କ ୩ ଦଫା ଦାବି ପୂରଣ ନ ହେଲେ ରାଜ୍ୟ ସାରା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ଏଵଂ ସ୍କୁଲ ବନ୍ଦ ଜନିତ ଶିକ୍ଷା ବ୍ୟବସ୍ଥା ଠପ ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା। ସେହି କ୍ରମରେ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚି ଥିବା ବେଳେ ଅନ୍ୟ ପକ୍ଷରେ ଶିକ୍ଷକଙ୍କ ଧାରଣା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଠପ୍ ହେବାକୁ ବସିଲାଣି।