Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଭବାନୀ ଯୁବକକ୍ଲବର ତ୍ରିିଦୀବସିୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କାଦପଡ଼ା ପଂଚାୟତ ଅନ୍ତର୍ଗତ ସିଙ୍ଗୁରି ଗ୍ରାମରେ ମା ଭବାନୀ ଯୁବକସଂଘ ଆନୁକୂଲ୍ୟରେ ତ୍ରିିଦୀବସିୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।ଏହି ଅନ୍ତିମ ଦିନରେ ଫାଇନାଲରେ ମୁଖ୍ୟ ଅଥିତି ଭାବରେ ଦେବଗଡ଼ ପୌର ପରିଶଦର ଅଧକ୍ଷ ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ସମ୍ମାନିୟ ଅତିଥି ଭାବେ ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ ଫକୀର ମୋହନ ପ୍ରଧାନ ଯୋଗଦେଇଥିଲେ।ଫାଇନାଲ ମ୍ୟାଚ ସୁନ୍ଦରଗଡ଼ର ବିର୍ସାମୁଣ୍ଡା ସୀମାନ୍ତ ମହାବିଦ୍ୟାଳୟ ଟିମ୍ ଓ ମା ଭବାନୀ ଯୁବକସଂଘ ସିଙ୍ଗୁରି ମଧ୍ୟରେ ହୋଇଥିଲା।ମା ଭବାନୀ ଯୁବକସଂଘ ସିଙ୍ଗୁରି ୪/୦ ଗୋଲରେ ସୁନ୍ଦରଗଡ଼ ଜିଲ୍ଲା ବିର୍ସାମୁଣ୍ଡା ସୀମାନ୍ତ ମହାବିଦ୍ୟାଳୟ ଟିମ୍ କୁ ପରାସ୍ତ କରିଛନ୍ତି।ମା ଭବାନୀ ଯୁବକସଂଘର ସଭାପତି ଯାଦବ ପାତ୍ର, ସମ୍ପାଦକ ମନଜ କୁମାର ସାହୁ,ନାରାୟଣ ବେହେରା,ଚୁମନ ସାହୁ,ସୁମିତ ପ୍ରଧାନ,ଶହନ ପ୍ରଧାନ ମିଳିତ ଭାବରେ ସହଯୋଗ କରିଥିଲେ।ଧାରାବିବରଣୀ – ଦେବରାଜ ପାତ୍ର,ଫକୀର ମୋହନ ଦଳବେହେରା ପ୍ରଦାନ କରିଥିଲେ।ଖେଳକୁ ପରିଚାଳନା କରିଥିଲେ ରେଫରୀ ସାନି ମିଞ୍ଜ,ସରଜ ଗୋଡ଼ନାୟକ,ପରେଶ ଭୋଇ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ