ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତୀୟ ସ୍ତରକୁ ମନୋନୀତ


ଜମନକିରା : ଓଡିଶା ଜନଜାତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଓ କଳା ଉତ୍ସବରେ କୁଚିଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ସୀମାରେଖା ବାଘ ଇଂରାଜୀ ଭାଷଣ, ଜିଜ୍ଞlସୁ ଭୁଏ ହିନ୍ଦୀ ଭାଷଣ, ସରିତା ନାଏକ ହିନ୍ଦୀ ଗଳ୍ପ ଓ ଅମିଶା କୁଜୁର ଲୋକଗୀତରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସେ ସମସ୍ତ କୃତି ପ୍ରତିଯୋଗୀ ଉତ୍ତରାଖଣ୍ଡ ର ଡେରାଡୁନ ଠାରେ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭଗନେବେ ବୋଲି ଜଣାଯାଇଛି l ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ, ସହକାରୀ ଶିକ୍ଷୟିତ୍ରୀ ମଞ୍ଜିଲ ନାୟକ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।