ନିରନ୍ତର ବିକାଶ ଲକ୍ଷ୍ୟ 2030


ଦେବଗଡ଼ ଆସନ୍ତା ଗଣେଶ ପୂଜା ଓ ବିଶ୍ଵକର୍ମା ପୂଜା ଉପଲକ୍ଷେ ଜିଲ୍ଲା ଯୋଜନା ବିଭାଗ, ଦେବଗଡ ଦ୍ଵାରା ନିରନ୍ତର ବିକାଶ ଉପଲକ୍ଷେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ସ୍ତର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ପାଠାଗାର ଠାରେ ଅନୁଷ୍ଠିତ ହୋଯାଇଅଛି।ବିଚାରକ ଭାବେ ଚିତ୍ରକାର ସମୀର ରଞ୍ଜନ ପ୍ରଧାନ, ପ୍ରଦୀପ ପାତ୍ର, ଜନ୍ମାଜୟ ନାୟକ ଓ ଉଦିପ୍ତ ନାୟକ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ।ଏହି ପ୍ରତିଯୋଗିତାରେ 50 ଜଣ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ମଧ୍ୟ ଇଂରାଜୀ ସ୍ତର ରେ ପ୍ରଥମ କେନ୍ଦ୍ରୀୟ ବିଦ୍ୟାଳୟ ର ଅନୁଷ୍କା ପ୍ରଧାନ , ଦ୍ଵିତୀୟ ଜବାହର ନବୋଦୟ ବିଦ୍ୟାଳୟ ର ପ୍ରଶାନ୍ତି ତନୟା ଦେହୁରୀ,ତୃତୀୟ ଚିନ୍ମୟ ବିଦ୍ୟାଳୟ ର ସlହିଲ କୁମାର ସାହୁ,ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥିତି ପ୍ରଜ୍ଞା ଦାସ , ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ର ଦିଶା ତାନିସ୍କ। ପ୍ରଧାନ, ତୃତୀୟ ଜୱାହର ନବୋଦୟ ବିଦ୍ୟାଳୟର ଚିନ୍ମୟ କୁମାର ନାୟକ।ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସେପ୍ଟେମ୍ବର 20 ତା ରିଖ ସୂଚନା କେନ୍ଦ୍ର ଠାରେ । ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅପରାହ୍ନ 4ଟା ସମୟରେ ପୁରସ୍କୃତ କରାଯିବ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଉପନିର୍ଦେଶକ ରାମ ସେବକ ପ୍ରଧାନ, ଯୋଜନା ବିଭାଗ ର ଅଣୁ ବିଶେଷଜ୍ଞ ସୀତାରାମ ସାହୁ, ଅର୍ଥନୀତି ବିଶେଷଜ୍ଞ ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକ।ରୀ ରୋହିତ କୁମାର ସ୍ବାଇଁ ଓ ଜିଲ୍ଲା ସୂଚନା ଅଧିକାରୀ ମନୋରଞ୍ଜନ ସୁତାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।