ଦେବଗଡ଼: ନୂଆଁ ଦିଲ୍ଲୀସ୍ଥିତ ଓଡିଆ ସମାଜ ଓ ଦେବଗଡର ସେବା ସଂଘର ମିଳିତ ସହଯୋଗରେ ଆଜି ଏକ ସ୍ବର୍ଗ ରଥର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଉପଜିଲ୍ଲପାଳ ପରୀକ୍ଷିତ ସାହୁ, ଏଡିଏମଓ ଡା. ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଘ ପକ୍ଷରୁ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାପରେ ଅତିଥିମାନେ ସବୁଜ ପତାକା ଦେଖାଇ ସ୍ବର୍ଗ ରଥ ଗାଡିର ଶୁଭାରମ୍ଭ କରିଥିଲେ । ସଂଘର ସଭାପତି ଧର୍ମେନ୍ଦ୍ର ଦେବତା ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସଂଘର ସଂପାଦକ ଉମାଶଙ୍କର ସାହୁ ପରିଚାଳନା କରିଥିଲେ । ଉକ୍ତ ଶବ ବାହାକ ଗାଡି ଦେବଗଡ ଜିଲ୍ଲାବାସୀଙ୍କପାଇଁ କୌଣସି ଜାଗାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ଶବ ବୋହି ନେବା କାର୍ଯ୍ୟରେ ବ୍ୟବହୃତ ହୋଇପାରିବା ସହିତ ସମସ୍ତବର୍ଗର ଲୋକମାନେ ଏଥିରେ ଉପକୃତ ହୋଇପାରିବେ । ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବାପାଇଁ ସଂଘ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ସଂଘକୁ ଆର୍ଥିକ ସହଯୋଗ କରିଥିବା ସ୍ବେଛାସେବୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଲୋକାର୍ପଣ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସୁରେନ ନାୟକ, ଦୀପକ ଦାସ, ପ୍ରତାପ କିଶୋର ନାୟକ. ଅନୁଜ ପ୍ରଧାନ, ସୁଶୀଲ ନାୟକ, ଲିଙ୍ଗରାଜ ବିଶ୍ବାଳ,ପ୍ରତାପ ପାତ୍ର ସଂଘର ସଦସ୍ୟମାନେ ସହଯୋଗ କରିଥିଲେ ।
ସ୍ବର୍ଗ ରଥର ଲୋକାର୍ପଣ କାର୍ଯ୍ୟକ୍ରମ
