ଦେବଗଡ଼:ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବିଶ୍ୱକର୍ମା ପୂଜା ମହାସାମାରୋହରେ ପାଳିତ ହୋଇଯାଇଛି । ଘରୋଇ ବସଷ୍ଟାଣ୍ଡ ,ଆରଏଣ୍ଡବି କାର୍ଯ୍ୟାଳୟ, ମ୍ୟୁନସିପାଲିଟି , ବିଦ୍ୟୁତ କାର୍ଯ୍ୟାଳୟ , ଅଟୋ ସଂଘ, ସରକାରୀ ମଟର କର୍ମଚାରୀ ସଂଘ, ସରକାରୀ ପ୍ରେସ , ପିଏଚଡି ବିଭାଗ ,ଆରଡବ୍ଲୁଏସଏସ କାର୍ଯ୍ୟାଳୟଠାରେ ବିଦ୍ୟୁତ ଗେଟ ଏବଂ ଆଲୋକମାଳରେ ସଜ୍ଜିତ କରାଯାଇ ବିଶ୍ୱକର୍ମାଙ୍କ ପୁଜା କରାଯାଇଥିଲା । ଏହାସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।
ମହାସାମାରୋହରେ ବିଶ୍ୱକର୍ମା ପୂଜା ପାଳିତ
