Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେଲା

ଦେବଗଡ଼:ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା ଆଜି ଠାରୁ ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୯ ତାରିଖ ଦିନ ବିସର୍ଜନ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ତେବେ ପ୍ଲାଟିନମ ଜୁବଲି ଅବସରରେ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ ବୈଦ୍ୟୁତିକ ଗେଟ ସହ ମୁଖ୍ୟ ତୋରଣ ଅଧିକ ଆକର୍ଷଣୀୟ କରିଛି । ୭୫ ବର୍ଷ ଅବସରରେ ମୁଖ୍ୟ ତୋରଣ ସମ୍ମୁଖରେ ଦର୍ଶକମାନଙ୍କ ପାଇଁ ସେଲଫି ଜୋନର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଗତକାଲି ମହାପ୍ରଭୁ ଗଣେଶଙ୍କୁ ଆସ୍ଥାନରେ ବସାଯିବା ସହିତ ଫୁଲରେ ସୁସଜ୍ଜିତ କରାଯାଇଥିଲା । ସକାଳେ ରୀତିନୀତି ସହିତ ପୂଜା ଆରମ୍ଭ ହୋଇଥିଲେ । ପୂଜାରେ କର୍ତ୍ତାଭାବେ ସଭାପତି ଶମ୍ଭୁନାଥ ଗୋଏଲ ସପତ୍ନିକଭା‌ବେ ପୂଜାରେ କର୍ତ୍ତାଭାବେ ଦାୟିତ୍ବ ତୁଲାଇଥିଲେ । ପୂଜକ ଭାବେ ମନୋରଞ୍ଜନ ଶତପଥି, ଫକୀର ଆଚାର୍ଯ୍ୟ କାର୍ଯ୍ୟ ସଂପାଦନା କରିଥିଲେ ।ପୂଜାମଣ୍ଡପ ଚତୁଃପାଶ୍ବରେ ପୈାରାଣିକ,ସାମାଜିକଚେତନାଭରା କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା । ସଂଧ୍ୟାରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ପୌରଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ,ଡିଏଫଓ ମଗର ଧାନଜୀ ରାଓସୋ, ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ଆଳତୀ ଦେଇଥିଲେ । ଏହାପରେ ବିଧାୟକ ଶ୍ରୀ ପାଣିଗ୍ରାହୀ , ପୌରାଧ୍ୟକ୍ଷା ଶ୍ରୀମତି ଦେଈ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁ ଛକଠାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ ମଣ୍ଡପକୁ ଉଦଘାଟନ କରିଥିଲେ । ଏଥିରେ କମିଟୀର ସଭାପତି ଶ୍ରୀ‌ ଗୋଏଲ, ଉପସଭାପତି ଅରୁଣ ଗୋଏଲ, ସୁଶୀଲ ‌ଭୋଇ,ସମ୍ପାଦକ ଶୁକଦେବ ଭଞ୍ଜ ,ସହ ସଂପାଦକ ବିରେନ ନାୟକ, ଆନନ୍ଦ କପରଦାର, ଅନନ୍ତ ଦାଶ, କୋଷାଧ୍ୟକ୍ଷ ଅଜୟ ମିଶ୍ର, ସହ କୋଷାଧ୍ୟକ୍ଷ ସୁଧୀର ପାତ୍ରଙ୍କ ସମେତ କମିଟୀର ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ