ନବବଧୂର ମୃତ୍ୟୁ, ସ୍ୱାମୀ କୋର୍ଟ ଚାଲାଣ|


ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମରେ ନବବଧୂର ମୃତ୍ୟୁ ଘଟିଛି, ଯେଉଁ ଘଟଣା ଏବେ ସନ୍ଦେହ ଘେରରେ| ସୂଚନା ଅନୁସାରେ ଦାଣ୍ଡିସାହି ଗ୍ରାମର ଗୌତମ ପଣ୍ଡାଙ୍କ ଝିଅ ରଶ୍ମିତା (18 ବର୍ଷ) ସେହି ଗ୍ରାମର ନାରାୟଣ ପତିଙ୍କ ପୁଅ ମୃତ୍ୟୁଞ୍ଜୟଙ୍କୁ (25 ବର୍ଷ) ଗତ 7 ମାସ ହେବ ପ୍ରେମ ବିବାହ କରିଥିଲେ| ମଙ୍ଗଳବାର ହଠାତ ରଶ୍ମିତାଙ୍କ ମୃତ୍ୟୁ ଆଲୋଡନ ସୃଷ୍ଟି କରିଛି| ପ୍ରକାଶ ଥାଉ କି ଗୌତମ ପଣ୍ଡାଙ୍କ ବୟାନ ଅନୁସାରେ ମଙ୍ଗଳବାର ସକାଳୁ ଝିଅ ତାଙ୍କର ଗାମୁଛା ଦ୍ୱାରା ଫାଶୀ ଲଗାଇ ଦେଇଥିଲା| ଉଭୟ ବାପ ଘର ଏବଂ ଶାଶୂଘର ଲୋକେ ରଶ୍ମିତାଙ୍କୁ ମୃତ ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ| ମଙ୍ଗଳପୁର ପୋଲିସର ଉପସ୍ଥିତରେ ମର ଶରୀରକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି| କିନ୍ତୁ କେଉଁ କାରଣରୁ ଏଭଳି ହୋଇଛି ତାହା ଏବେ ସନ୍ଦେହ ଘେରରେ| ସେପଟେ ମଙ୍ଗଳପୁର ପୋଲିସ 295/2023ରେ ମାମଲା ୠଜୁ କରି ସ୍ୱାମୀ ମୃତ୍ୟୁଞ୍ଜୟକୁ ଆଜି କୋର୍ଟ ଚାଲାଣ କରିଛି| ବିଶେଷ ସୂତ୍ରରୁ ପ୍ରକାଶ ଯେ ମୃତ୍ୟୁଞ୍ଜୟ ରଶ୍ମିତାଙ୍କୁ ବିବାହ କରିବା ପରେ ମଧ୍ୟ ପରକ୍ରିୟା ପ୍ରୀତିରେ ଲିପ୍ତ ରହୁଥିଲା, ଯାହାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଦ୍ଵନ୍ଦ ଦେଖିବାକୁ ମିଳୁଥିଲା| ଅନ୍ୟପଟେ ଏଯାବତ ମୃତ ରଶ୍ମିତା ନାବାଳିକା ହୋଇଥିବାରୁ ଏହି ଘଟଣାକୁ ଗୁରୁତର ଭାବେ ନେଇ ମଙ୍ଗଳପୁର ପୋଲିସ ସ୍ୱାମୀ ମୃତ୍ୟୁଞ୍ଜୟକୁ କୋର୍ଟ ଚାଲାଣ କରିଛି|