ସମ୍ବଲପୁର-୨୪/୦୯ (ରମାକାନ୍ତ ବିଶ୍ୱାଳ)
ସ୍ୱଷ୍ଟ ଦିବାଲୋକରେ ସୁନା ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଲୁଟ । ସମ୍ବଲପୁର ସଦର ଥାନା ଅଂଚଳର ମାନେଶ୍ବର ଠାରେ ଥିବା ମାନଧାତା ବାବା ଜୈଲେରୀ ରୁ ଏହି ଲୁଟ ଆଜି ହୋଇଥିବା ଜଣାପଡିଛି । ଆଜି ସ୍ୱଷ୍ଟଦିବାଲୋକରେ ସୁନା ଦୋକାନକୁ 5 ଜଣ ସଶନ୍ତ୍ର ଡକାୟତ ନିଜ ମୁହଁରେ ମୁଖା ପିନ୍ଧି ଦୋକାନ ଭିତରେ ପଶି ଲୁଟ କରିଥିଲେ। ସେମାନେ ସୁନା ଦୋକାନର ମାଲିକ ଓ କମଚାରୀ ଙ୍କୁ ଵନ୍ଧୁକ ଦେଖାଇ 10 ମିନିଟ ଭିତରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିବା ସୁଚନା ମିଳିଛି । ଘଟଣା ସ୍ଥଳକୁ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଧାରଣ ରେ ଚର୍ଚ୍ଚା ହେଉଛି ଯେ ଡକାୟତ ମାନେ 2 ଗୋଟି ବାଇକ ରେ ଆସି ଦୋକାନ କୁ ଲୁଟ କରିଥିଲେ l ତେଵେ ସୁନା ଦୋକାନରୁ ପ୍ରାୟ 20 ଲକ୍ଷ ଟଙ୍କାର ସୁନା ଲୁଟ କରିଥିବା ନେଇ ପ୍ରାରମ୍ଭିକ ସୂଚନା ମିଲିଛି l ତେବେ ସଦର ପୋଲିସ ଲୁଟ ଘଟଣା ପରେ ଘଟଣା ସ୍ଥଳକୁ ପହଞ୍ଚି ସିସିଟିଭି ଫୁଟେଜ କୁ ନେଇ ତଦନ୍ତ ଆରମ୍ଭ କରିଛି l ସେପଟେ ଲୁଟ ପରେ ମାନେଶ୍ଵର ଅଂଚଳରେ ବିଭିନ୍ନ ସ୍ଥାନରେ ପୋଲିସ କଡାକଡି ଯାଂଚ କରୁଥିବା ନେଇ ଜଣାପଡିଛି lପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରିଛନ୍ତି |
ସୁନା ଦୋକାନରୁ ଦିନ ଦୁଇ ପହରେ ବନ୍ଧୁକ ମୁନରେ ଲୁଟ
