Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ଗିରଫ ଅଭିଯୁକ୍ତ ଫେରାର

ଦେବଗଡ ଜିଲ୍ଲାରେ ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଗତକାଲି ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ
ଫେରାର ହୋଇଯାଇଥିବାଜଣାପଡ଼ିଛି । ବର୍ତମାନ ସୁଦ୍ଧା ଉକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିନ।ହିଁ ।ମିଳିଥିବାସୂଚନାଅନୁଯାୟୀ ,କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସୁମନ ବେହେରା ନାମକ ଜଣେ ଯୁବକ
ଅପହରଣ କରିନେଇଥିବା ନେଇ ଗତ ୯ତାରିଖ ଦିନ କୁଣ୍ଡେଇଗୋଳା ଥାନାରେ ନାବାଳିକାର ପରିବାର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ
କରି ରବିବାର କୋର୍ଟ ଚାଲାଣ କରିଥିଲା । ଅଦାଲତରେ ତା’ର ଜାମିନ ଆବେଦନ
ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ
ପଠାଇ ଦିଆଯାଇଥିଲା । ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ
ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତାର ସୁଯୋଗ ନେଇଅଭିଯୁକ୍ତ ସୁମନ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା ।ଏନେଇ
ଦାୟିତ୍ୱରେ ଥିବା କନଷ୍ଟେବଳଦେବଗଡ଼ ଥାନାରେ ଲିଖତ ଅଭିଯୋଗ
କରିବାରୁ ପୁଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରଜ୍ଜୁ କରିବାସହ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।