ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭୁତିଆପାଲି – ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗୀନାଳ ପୋଲ ତଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଗ୍ରାମର ବସନ୍ତ ମାଳି(୨୬) । ସେ ଗତ ୨୩ ତାରିଖ ଦିନ ଘରୁ କାହାକୁ କିଛି ନ କହି କୁଆଡେ ଯାଇଥିଲେ । ସେ ଘର କୁ ନ ଆସିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କଲେ ମାତ୍ର ଯୁବକଙ୍କ ପତ୍ତା ପାଇଲେ ନାହିଁ । ଫଳରେ ଯୁବକ ଜଣକ ନିଖୋଜ ଥିବା ନେଇ ତାଙ୍କ ବଡ ଭାଇ ସତ୍ୟ ମାଳି ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋମବାର ଅପରାହ୍ନ ରେ ଘୁଙ୍ଗୀ ନାଳ ପୋଲ ତଳେ ମୃତ ଦେହ ର ଗୋଡ ଦେଖା ଯାଉଥିବା ନେଇ ଲୋକେ ସୁଚନା ପାଇଥିଲେ । ଏନେଇ ବୀରମହାରାଜପୁର ଥାନା କୁ ଖବର ଦିଆଯିବା ପରେ ପୋଲିସ ଉପସ୍ଥିତି ରେ ମୃତ ଦେହ ଉଦ୍ଧାର କରାଯାଇଛି । ସୁଚନଯୋଗ୍ୟ ଘୁଂଗି ନାଳ ରେ ଏକ ନୂତନ ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେଇଛି । ଠିକା ସଂସ୍ଥା ତରଫରୁ ପୋଲ ନିର୍ମାଣ ପାଇଁ ଗାତ ଖୋଳା ହୋଇଥିଲା । ମାତ୍ର ଜମି ଅଧିଗ୍ରହଣ ସମସ୍ୟା ହେବାଯୋଗୁଁ କାମ ଅଧାରେ ରଖି ଠିକା ସଂସ୍ଥା ଫେରାର ହୋଇଛି । ଠିକା ସଂସ୍ଥା କାମ ଆରମ୍ଭ ବେଳେ ପୋଲ ର ଆଧା ଅଂଶ କୁ ମାଟି ପକେଇ ପୋତି ଦେଇଥିଲା । ଫଳରେ ପାଣି ପ୍ରବାହିତ ହୋଇ ପାରୁ ନାହିଁ । ଯୁବକଙ୍କ ମୃତ ଦେହ ସେହି ପୋଲ ଭିତରେ ତିନି ଦିନ ହେଲା ଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। ପୋଲିସ ଅଧିକ ତଦନ୍ତ ଜାରି ରଖିଛି I
ଲୁତୁରପଙ୍କ ଘୁଙ୍ଗିନାଳ ପୋଲ ତଳୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
