ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ


କୈଳାଶ ସତ୍ୟାର୍ଥୀ ଚିଲରେନ ଫାଉଣ୍ଡେସନ ଓ ଜିତା ଅନୁଷ୍ଠାନ ଦ୍ୱାରା ଚାଲୁଥିବା ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ ସେପ୍ଟେମ୍ବର ୧୬ ରୁ ଆରମ୍ଭ ହେଇ ଅକ୍ଟୋବର ୧୬ ରେ ସମାପ୍ତ ହେବ l ଏହି ଅଭିଯାନ ରେ ଜିତା ଅନୁଷ୍ଠାନ ର ସମସ୍ତ ସଦସ୍ୟ/ସଦସ୍ୟା ଗାଁ ରେ , ସ୍କୁଲ ରେ, ଜାତି ସମାଜ, ଯୁବକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଚାଲୁଅଛି l ଏହି ପରିପ୍ରେକ୍ଷୀରେ ଆଜି ରମ୍ଭେଇ ଗ୍ରାମ ପଞ୍ଚାୟତ ର ସିରିଡ଼ିହ ଗ୍ରାମରେ ମୁଣ୍ଡା ସମାଜ ମାନଙ୍କୁ ନେଇକି ଏକ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା ଏଥିରେ ସଭାପତି ଫୁଲମେନ ଟେଟେ ଓ ଉପସଭାପତି ଜ୍ୟୋତି କାଙ୍ଗାଡ଼ି ପାଞ୍ଚ ଟି ଗ୍ରାମ ର ମୁଣ୍ଡା ସମାଜ ର ଲୋକଙ୍କୁ ଏକତ୍ରିତ କରିଥିଲେ ଜିତା ଅନୁଷ୍ଠାନ ର ତରୁଣ କୁମାର ସାମଲ ବାଲ୍ୟ ବିବାହ ଉପରେ ସଚେତନତା କରିଥିଲେ ଶେଷରେ ଅରବିନ୍ଦ ନାୟକ ଧନ୍ୟବାଦ ଦେଇ ସଭା କୁ ସାଙ୍ଗ କରିଥିଲେ