ମୋବାଇଲ ପାଇଁ ନାବାଳକ କୁ ହତ୍ୟା


ସମ୍ବଲପୁର-୨୬/୦୯ (ରମାକାନ୍ତ ବିଶ୍ବାଳ) ମୋବାଇଲ ଚୋରି ପାଇଁ ଜଣେ ନାବାଳକ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତକ ନାବାଳକ ଜଣକ ହେଲେ ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୁଲୀ ଅଞ୍ଚଳର ଦେବା ଜାମଡାଲିଆ l ସାଙ୍ଗ ହୋଇ ଏକାଠି ମୋବାଇଲ ଚୋରି କରୁଥିଲେ l ତେବେ କୌଣସି କାରଣକୁ ନେଇ ସାଙ୍ଗ ମାନଙ୍କ ମଧ୍ଯରେ ନାବାଳକ ଦେବା ର ବିବାଦ ସୃଷ୍ଟି ହୋଇଥିଲା l ଯେଉଁଥିରେ ୨ ଜଣ ନାବାଳକ ସାଙ୍ଗ ଦେବା କୁ ଏକ ନିଛାଟିଆ ସ୍ଥାନ କୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ l ମାଡ଼ ଖାଇବା ପରେ ଦେବା ଚେତା ଶୂନ୍ୟ ହୋଇପଡ଼ିଥିଲା l ଦେବାର ସାଙ୍ଗ ମାନେ ତାଙ୍କୁ ତୁରନ୍ତ ମେଡ଼ିକାଲ ନେଇଥିଲେ l ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାର ଖବର ପାଇ ପୋଲିସ ମେଡ଼ିକାଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l ଯେଉଁ ନାବାଳକ ମାନେ ଦେବାକୁ ମେଡ଼ିକାଲ ଆଣିଥିଲେ ପୋଲିସକୁ ଦେଖି ସେମାନେ ଫେରାର ମାରିଥିଲେ। କିନ୍ତୁ ପୋଲିସ ତାଙ୍କୁ ଧରି ଏବେ ପଚରା ଉଚରା କରୁଛି l ଏହି ନାବାଲକ ମାନେ ଭିଡ଼ ସ୍ଥାନରେ ସୁଯୋଗ ଦେଖି ମୋବାଇଲ ଚୋରି କରନ୍ତି ବୋଲି ପୋଲିସ କହିଛି l