Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ଗିରଫ ଅଭିଯୁକ୍ତ ଫେରାର ଘଟଣା ,ଫେରାର ଅଭିଯୁକ୍ତ ଗିରଫ

ଦେବଗଡ଼: ଗତ ୨୪ ତାରିଖ ଦିନ ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ ଫେରାର ହୋଇଯାଇଥିଲା । ତେବେ ଆଜି ଦେବଗଡ ଥାନା ପୁଲିସ ଫେରାର ଅଭିଯୁକ୍ତ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ସୁମନ ବେହେରା(୨୨)କୁ ଦେବଗଡ ଥାନାଚଂଳର ହଦମୁଣ୍ଡା ଜଙ୍ଗଲରୁ ଗିରଫ କରିଛି । ମିଳିଥିବାସୂଚନାଅନୁଯାୟୀ,କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସୁମନ ଅପହରଣ କରିନେଇଥିବା ନେଇ ଗତ ୯ତାରିଖ ଦିନ କୁଣ୍ଡେଇଗୋଳା ଥାନାରେ ନାବାଳିକାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଥିଲା । ଅଦାଲତରେ ତାର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଥିଲା । ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ଚକମା ଦେଇ ଅଭିଯୁକ୍ତ ସୁମନ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା । ଏନେଇ ଦାୟିତ୍ୱରେ ଥିବା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖତ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦେବଗଡ ଏସପିଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ ଥାନା ପୁଲିସ ପକ୍ଷରୁ ୨ଟି ଟିମ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ଆଜି ଦେବଗଡ ଥାନାଚଂଳର ହଦମୁଣ୍ଡା ଜଙ୍ଗଲ ନିକଟରୁ ସୁମନକୁ ପୁଲିସ ଧରିବାରେ ସକ୍ଷମ ହେବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟମ‌ାନଙ୍କ ମଧ୍ୟରେ ଦେବଗଡ ଥାନା ଅଧିକାରୀ ସରୋଜ ସେଠୀ ଉପସ୍ଥିତ ଥିଲେ ।