*ମାନେଶ୍ୱର ସୁନା ଦୋକାନ ଲୁଟ ଘଟଣା**ରାଜ୍ଯ ବାହାରକୁଯିବ ପୋଲିସ ଟିମ*


ସମ୍ବଲପୁର-୨୭/୦୯ (ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ସଦରଥାନା ଅନ୍ତର୍ଗତ ମାନେଶ୍ୱର ମାନ୍ଧାତା ସୁନା ଅଳଙ୍କାର ଦୋକାନ ରେ ଲୁଟ ଘଟଣାରେ ରାଜ୍ୟ ବାହାରକୁ ତଦନ୍ତ ପାଇଁ ସମ୍ବଲପୁର ପୋଲିସ ର ଟିମ୍ ଯିବ । ଏହି ସୂଚନା ଦେଇଛନ୍ତି ପୋଲିସ ଏସଡିପିଓ ।
ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି ଯେ ୫ ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ କରିବା ଘଟଣାରେ ପୋଲିସ ପକ୍ଷରୁ ୨ ଗୋଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ‌ । ବର୍ତ୍ତମାନ ଏହି ଘଟଣାରେ ପୋଲିସ ସରଜମିନ ତଦନ୍ତ କରୁଥିବା ବେଳେ ପୋଲିସ କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି । ଆଉ ସେ ଆଧାର ରେ ତଦନ୍ତ ଆଗେଇଛି । ଆଗକୁ ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ପୋଲିସ ଟିମ୍ ଯାଇପାରେ ବୋଳି ଏସଡିପିଓ ସୁଚନା ଦେଇଛନ୍ତି।