ସମ୍ବଲପୁର-୨୭/୦୯ (ରମାକାନ୍ତ ବିଶ୍ୱାଳ) ଆଦିବାସୀ ସମାଜର ଆରାଧ୍ୟ ଦେଵୀ ହେଉଛନ୍ତି ମାଁ କରମସାନୀ । ପବିତ୍ର ଦଶହରା ମାସ ଆସିଲେ ସବୁ ଆଦିବାସୀ ବହୁଲ ଅଞ୍ଚଳରେ ନିଷ୍ଠା ଓ ଭକ୍ତି ସହକାରେ ପୂଜା ଆୟୋଜନ ହୋଇଥାଏ ମାଁ କରମସାନୀ ଦେବୀ ଙ୍କ ସମ୍ବଲପୁର ସହରର ସାକ୍ଷିପଡା କରମସାନୀ ପୂଜା କମିଟି ପକ୍ଷରୁ ମଧ୍ୟ ମାଁ କରମସାନୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସହରର ସାକ୍ଷିପଡା ଠାରେ ମାଁ କରମସାନୀ ଦେଵୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ସାକ୍ଷିପଡା କରମସାନୀ ପୂଜା କମିଟି ପକ୍ଷରୁ ବାର୍ଷିକ କରମସାନୀ ପୁଜାରେ ସମସ୍ତେ ମିଳିମିଶି ମାଁ ଙ୍କ ଆରାଧନା କରିଥିଲେ ।କରମସାନୀ ପୂଜାଟି ସାକ୍ଷିପଡା ଅଞ୍ଚଳରେ ପିଡି ପିଡି ଧରି ଏଠାରେ ରହୁଥିବା ଆଦିବାସୀ ସମାଜ ପକ୍ଷରୁ ପାଳନ ହୋଇଆସୁଛି । କରମସାନୀ ପୂଜାରେ କରମା ଡାଳ ଟି କରମାଦାଣ୍ଡରେ ରଖାଯାଇ ତାହାକୁ ପୂଜା କରାଯାଇଥାଏ । ଏହାସହ ନିଜ ତଥା ସମଗ୍ର ସଂସାର ର ମଙ୍ଗଳ କାମନା ଏହି ପୂଜା କରାଯାଇଥାଏ । ବିଶ୍ୱାସ ରହିଛି ମାଁ କରମସାନୀ ପୁଜାରେ ମାଁ ଠାରେ ନିଷ୍ଠା ସହ ପୁଜା ଯେ କରେ ସବୁ ମନସ୍କାମନା ମାଁ କରମସାନୀ ପୁରଣ କରିଥାନ୍ତି ।ଓ ପୂଜା ସାରି ସକାଳୁ ନିଜ ନିଜ ଘରେ ନବାର୍ଣ୍ଣ ଭକ୍ଷଣ ପର୍ବ ପାଳନ କରିଥାନ୍ତି l
କରମସାନୀ ପୁଜାରେ କରମା ଡାଳ କୁ ସ୍ଥାପନ ପରେ ଆଦିବାସୀ ସମାଜର ଝାଙ୍କର ମାଁ କରମସାନୀ ଦେବୀ ଙ୍କ ମହିମା ଗାନ କରିବା ସହ ସବୁ ରିତି ନିତି ଅନୁସାରେ ମାଁ ଙ୍କ ପୂଜା କରିଥାନ୍ତି । ପରେ ପରେ ଆରମ୍ଭ ହୋଇଯାଇଥାଏ କରମସାନୀ ପୁଜାର ମୁଖ୍ୟ ଆକର୍ଷଣ ପାରମ୍ପରିକ ଆଦିବାସୀ କରମା ନାଚ ଓ ଗୀତ । ଏଥିରେ ଆଦିବାସୀ ସମାଜର ସବୁ ଯୁବକ, ଯୁବତୀ ଓ ପୁରୁଷ ମହିଳା ସମସ୍ତେ ପାରମ୍ପରିକ ଆଦିବାସୀ ନାଚ ଗୀତ ପରିବେଷଣ କରିଥାନ୍ତି କରମସାନୀ ପୂଜା ମଣ୍ଡପ ନିକଟରେ। ମାଁ କରମସାନୀ ଙ୍କ ପୂଜା ରେ ସମାଜ ର ବିଭିନ୍ନ ବର୍ଗର ଲୋକେ ମଧ୍ୟ ସାମିଲ ହୋଇ ମାଁ ଙ୍କ ଆର୍ଶିବାଦ ନେଇଥାନ୍ତି । ବର୍ଷକ ମଧ୍ୟରେ ଆଦିବାସୀ ସମାଜ ପକ୍ଷରୁ ପାଲନ ହେଉଥିବା ମାଁ କରମସାନୀ ଙ୍କ ପୂଜା ଏବେ କେବଳ ପୂଜାରେ ସିମିତ ନରହି ଏକ ପରମ୍ପରା ରେ ପରିଣତ ହୋଇଯାଇଛି ।
ମାନବ ସମାଜର ମଙ୍ଗଳ ପାଇଁ କରମସାନୀ ଦେବୀଙ୍କ ପୂଜା
