Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଚ୍ଛତା ହିଁ ସେବା

ଦେବଗଡ଼ ଜିଲ୍ଲାକୁ ସଂପୂର୍ଣ୍ଣ ପରିମଳ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟ ନେଇ ଭାରତ ସରକାର ଅକ୍ଟୋବର ୧ ତାରିଖ ଦିବା ୧୦ ଘଟିକା ରୁ ୧୧ ଘଟିକା ମଧ୍ୟରେ ଏକ ଘଣ୍ଟା ନିମନ୍ତେ ସ୍ଵଚ୍ଛତା ହିଁ ସେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ତିନି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସୟ, ପ୍ରିୟଦର୍ଶିନୀ ମିଦ୍ଧା, ଦିବ୍ୟ ଶଙ୍କର ଜୟପୁରିଆ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ସହର, ବ୍ଲକ, ଗ୍ରାମ ପଞ୍ଚାୟତକୁ କିଭଳି ସଫା ସୁତୁରା ସହରରେ ପରିଣତ କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସହରକୁ ସ୍ଵଚ୍ଛତା ମଣିଷ ଜୀବନର ଏକ ଅଭିନ୍ନ ଅଙ୍ଗ ଓ ମାନବ ସମାଜ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ସ୍ଵଚ୍ଛତା ଗୁରୁତ୍ବପୂର୍ଣ୍ଣ ବୋଲି ସମସ୍ତଙ୍କୁ ଗୁରୁତ୍ବ ଆରୋପ କରି କହିଥିଲେ ଏବଂ ଜିଲ୍ଲା କୁ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମ ନିମନ୍ତେ ସମ୍ପୃକ୍ତ ‌ୱ।ଡ୍ ର କାଉଁସିଲର, ବ୍ୟକ୍ତି ବିଶେଷ, ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ପୌରପାଳିକା ର କର୍ମଚାରୀଙ୍କ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପାଇଁ ସ୍ଥିର କରାଯାଇଛି ।