Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ସୁରକ୍ଷା ଅଭିଯାନ

ସାଇବର ସୁରକ୍ଷା ଅଭିଯାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଓଡ଼ିଶାରେ ସାଇବର ଠକେଇରୁ ରକ୍ଷା ପାଇବା ନିମନ୍ତେ ଆଜିର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ । ଇଣ୍ଟରନେଟ ଯୁଗରେ ପ୍ରତିବନ୍ଧକ ସାଜିଛନ୍ତି ସାଇବର ଅପରାଧୀ । ଏମାନଙ୍କର ମାୟା ଜାଲ ରେ ଛନ୍ଧି ହୋଇ ପ୍ରତ୍ୟେକ ଦିନ ଦେଶ ବିଦେଶର ଅନେକ ବ୍ୟକ୍ତି ଠକାମିର ଶିକାର ହେଉଛନ୍ତି । ସମସ୍ତ ତଥ୍ୟ ଡିଜିଟାଲ ହୋଇ ପ୍ରତ୍ୟେକ କାର୍ଯ୍ୟ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ କରାଯାଉଛି । ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାନ ପ୍ରଦାନ କରାଯିବା ସହ ଏଗୁଡ଼ିକ କେତେକ ଅସାମାଜିକ ଲୋକ ବେଆଇନ ଭାବରେ ନିଜ କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଆକସେସ୍ କରୁଛନ୍ତି । ଏହି ପ୍ରକାରର ଅପରାଧୀଙ୍କ କାର୍ଯ୍ୟକଳାପକୁ ସାଇବର ଅପରାଧ କୁହାଯାଇଥାଏ । ଏହି ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଜିଲ୍ଲା ସ୍ତରରେ ଏକ ସଚେତନତା ରଥ ଗଡିବ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜଣା ଅଜଣା ପ୍ରତିଯୋଗିତା, ହାଟ ବଜାରରେ ନାଟକ, ବ୍ୟାନର ଓ ସଭାସମିତି କରାଯାଇ ଲୋକମାନଙ୍କୁ ସଚେତନତା କରାଯିବ । ଏହା ଅକ୍ଟୋବର ୨ ରୁ ୧୫ ତାରିଖ ମଧ୍ୟରେ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ତିନି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସୟ, ପ୍ରିୟଦର୍ଶିନୀ ମିଦ୍ଧା, ଦିବ୍ୟ ଶଙ୍କର ଜୟପୁରିଆ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଡି.ପି.ଏମ୍. ଓ.ଏଲେ.ଏମ୍ ସ୍ମରଣିକା ମହାପାତ୍ର , ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।